ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଉତ୍ସବ ପାଳିତ ।

214

କଟକ(ଉତ୍କଳ ନିଉଜ)ତିହିଡି, ୨୩.୧୧: ଭଦ୍ରକ ଜିଲ୍ଲା ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି । କରୋନା କଟକଣାରେ ନିରାଡମ୍ବରଭାବେ ପାଳିତ ହୋଇଥିବା ଜଣାଯାଇଛି । ପ୍ରାତଃ ୪.୩୦ ଘଟିକାରେ ଓଁକାରମ୍‌, ସୁପ୍ରଭାତମ, ମଙ୍ଗଳକାର୍ଯ୍ୟ, ମନ୍ଦିର ସାଜସଜ୍ଜା, ପ୍ରଶାନ୍ତୀ ଧ୍ୱଜା ଉତ୍ତୋଳନ, ଷୋଢଶ ଉପଚାର ପୂଜା କରାଯିବା ସହିତ ତିହିଡି ଡାକ୍ତରଖାନାରେ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ, ଧ୍ୟାନ ବୃକ୍ଷ ପରିଦର୍ଶନ, ଲଡୁ ବଣ୍ଟନ, ପ୍ରସାଦ ବିତରଣ, ଦେବ ପାଠ, ବାଲବିକାଶ, ପିଲାମାନଙ୍କ ଦ୍ୱାରା ପ୍ରତିଯୋଗିତ ଓ ପୁରଷ୍କାର ପ୍ରଦାନ, ୯୬ ଦ୍ୱୀପ ପ୍ରଜ୍ଜଳନ, ଝୁଲଣ ମହୋତ୍ସବ, କମ୍ବଳ ବଣ୍ଟନ, ଜନ୍ମଦିନ କେକ୍ ଅର୍ପଣ, ଭଜନ ସତ୍‌ସଙ୍ଗ, ରାଜ୍ୟ ସଭାପତିଙ୍କ ବାର୍ତ୍ତା ପଠନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଅନ୍ତାକ୍ଷରୀ ଆଦି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ କରାଯାଇଛି । ତିହିଡି ସତ୍ୟସାଇ ମନ୍ଦିରର ଆବାହକ ପାର୍ଥସାରଥି ନାୟକଙ୍କ ତତ୍ୱାବଧାନରେ ଜିଲ୍ଲା ସଭାପତି ନକୁଳ ଚନ୍ଦ୍ର ଜେନା, ପଙ୍କଜ କୁମାର ନାୟକ, ସାଇ କିିଶୋର, ଜିଲ୍ଲା ସମ୍ପାଦିକା, ପୁଷ୍ପାଞ୍ଜଳି ମିଶ୍ର ମନ୍ଦିରରେ ଉପସ୍ଥିତ ପୂର୍ବକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ମହାପାତ୍ର, ଦେବକୁମାର ଦାସ, ରବିନ୍ଦ୍ର ଦାସ, ରତ୍ନାକର ନାଥ, ଯତିନ୍ଦ୍ର ବେହେରା, ପ୍ରଭାତ ରାଉଳ, ନକୁଳ ମହାପାତ୍ର, ପ୍ରମୋଦ ସେଠୀ, ରାଜୁ ଜେନା, ନଳିନୀ ନାୟକ, ବାସନ୍ତୀ ଜେନା, ଦୀନବନ୍ଧୁ ମହାନ୍ତି, ଶାନ୍ତିଲତା ବିଶ୍ୱାଳ, ଭୈରବ ମହାଳିକ, ବନମାଳି ମହାଳିକ, ଚିତ୍ତରଞ୍ଜନ ବାରିକ, ରାଜକିଶୋର ଜେନା, ହିମାଂଶୁ ଭଟ୍ଟରାୟ, ରବିନ୍ଦ୍ର ଦାଶ, ନିତ୍ୟାନନ୍ଦ ସାହୁ, ସୋନମ ନାୟକ, ସଂଧ୍ୟାରାଣୀ ରାଉଳ, କଳ୍ପନା ନାୟକ, କୈଳାସ ରାଉଳ, ଜିତେନ୍ଦ୍ର ବେହେରା, ସଞ୍ଜୟ ମହାପାତ୍ର, ରବିନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ପ୍ରଭାତ ରାଉଳ, ରମାକାନ୍ତ ନାଥ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ଦେବକିଶୋର ଦାସ, ନକୁଳ ମହାପାତ୍ର, ବିମ୍ବାଧର ସେଠୀ, ନବକିଶୋର ଜେନା, ରାଜୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୀରହାଟ ସତ୍ୟସାଇ ମନ୍ଦିରରେ ଆବାହକ ଲକ୍ଷ୍ମୀଧର ବଳଙ୍କ ତତ୍ୱବଧାନରେ ରାମଚନ୍ଦ୍ର ପରିଡା, ସନ୍ତୋଷ ଦାଶ, ନିର୍ମଳ ମହାନ୍ତି, କ୍ଷେତ୍ରବାସୀ ଦାସ, ରତ୍ନାକର ସାହୁ, ନିରଞ୍ଜନ ମହାନ୍ତି, ପ୍ରଦୀପ ପାଣିଗ୍ରାହୀ, ସୌମେନ୍ଦ୍ର ନାରାୟଣ ବଳ, ଲକ୍ଷ୍ମୀକାନ୍ତ ଜେନା ଓ ସରଳ ସୁନ୍ଦର ବାରିକ ବାବାଙ୍କ ୯୫ତମ ଜନ୍ମ ଉତ୍ସବ ପାଳନ କରିଥିବା ଜଣାଯାଇଛି । ସେହିପରି ଘଣ୍ଟେଶ୍ୱରସ୍ଥିତ ସତ୍ୟସାଇ ସେବା ସମିତିରେ ସାଇବାବାଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ଆବାହକ ରଞ୍ଜିତ କୁମାର ଜେନାଙ୍କ ପରିଚାଳନାରେ ଅତିଥିଭାବେ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଓ ଅଧ୍ୟାପିକା ଶୁଭଶ୍ରୀ ସଞ୍ଜୁକ୍ତା ଭାରତୀ ଯୋଗଦେଇ ଧାର୍ମିକ ବକ୍ତବ୍ୟ ରଖିଥିଲେ । ନାରାୟଣମାନଙ୍କୁ ବସ୍ତ୍ର ବଣ୍ଟନ, ପ୍ରସାଦ ସେବନ, ମହିଳାମାନଙ୍କ ଦ୍ୱାରା ତ୍ରୟୀ ରୁଦ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦିବାକର ସାହୁ, ଦାମୋଦର ମିଶ୍ର, ଫୁଲରାଣୀ ସାହୁ ଓ ଶାନ୍ତିଲତା ଦାସଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୦୦୮ ଲଡୁ ବଣ୍ଟନ, ବିଗ୍ରହ ଓ ବିଭୁତି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସାଇପ୍ରେମୀ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।