କୃଷି ବିଲ୍ ପ୍ରତ୍ୟାହାର ହେବାପରେ କୃଷକ ସଭା ପକ୍ଷରୁ ବିଜୟ ଉତ୍ସବ

162

କଟକ(ଉତ୍କଳ ନିଉଜ )ତିହିଡି, ୨୧.୧୧: କେନ୍ଦ୍ର ସରକାର କୃଷକ ଆନ୍ଦୋଳନରେ ମୁଣ୍ଡ ନୁଆଇଁ ୩ଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ବିଭିନ୍ନ କୃଷକ ସଂଠନ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । କୃଷକ କଲ୍ୟାଣ ଉଦ୍ଦ୍ୟେଶରେ କେନ୍ଦ୍ର ସରକାର ପୂର୍ବ କୃଷି ଆଇନ୍‌କୁ ସଂଶୋଧନ କରି ନୂତନଭାବେ ୩ଟି କୃଷି ଆଇନ୍ ପ୍ରଣୟନ କରିଥିଲେ । ଯାହାକୁ ଦିର୍ଘମାସ ଧରି ଦେଶରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ ଜାରି ରହିଥିଲା । ଏହି ଆନ୍ଦୋଳନରେ ଶହ ଶହ କୃଷକ ମୃତ୍ୟୁ ବରଣ କରିବା ସହିତ ସହିତ କେତେକଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ଏଥିସହ ବହୁ କୃଷକ ନେତାଙ୍କୁ ଗିରଫ୍ ମଧ୍ୟ କରାଯାଇଛି । ଯାହାକୁ ନେଇ ଦେଶରେ କୃଷକମାନଙ୍କର ଆନ୍ଦୋଳନ ଉଗ୍ରରୁପ ଧାରଣ କରିଥିଲା । ଏହି ଆଇନ୍ କାର୍ଯ୍ୟକାରୀ ହେଲେ କୃଷକମାନେ କିପରି ଅଧିକ ଲାଭବାନ ହେବେ ଯେତେ ବୁଝାଇଥିଲେ ମଧ୍ୟ କୃଷକମାନେ ବୁଝିନଥିବାରୁ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରାଯାଇଥିଲା ଏବଂ ଶେଷରେ ଚାଷୀଙ୍କ ନିକଟରେ କେନ୍ଦ୍ର ସରକାର ମୁଣ୍ଡ ନୁଆଇଁଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର କରାଯିବା ପରେ ଭଦ୍ରକ ଜିଲ୍ଲା ସମେତ ତିହିଡି ବ୍ଲକରେ ମଧ୍ୟ ଓଡିଶା କୃଷକ ସଭା ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଆଞ୍ଚଳିକ ସମ୍ପାଦକ ବିଷ୍ଣୁ ଦାଶଙ୍କ ନେତୃତ୍ୱରେ ଉକ୍ତ ବିଜୟ ଉତ୍ସବ ପାଳରେ ଜିଲ୍ଲା ସମ୍ପାଦକ ପ୍ରଫୁଲ ପାଢୀ, ଶାଖା ସମ୍ପାଦକ କୃଷ୍ଣଚନ୍ଦ୍ର ମଳିକ, ଅଜୟ ମଳିକ, ମସୁସୂଦନ ମଳିକ, ଦୁଖିରାମ ମଳିକ, କୃପାସିନ୍ଧୁ ମହାପାତ୍ର, ଭାରତୀ ଦାସ, ନାରାୟଣ ଦାଶ, ନିର୍ମଳ ଦଳାଇ, ଗନେଶ ମୁଦୁଲୀ, ଦିଲ୍ଲୀପ ନାଥ, ଗୟାଧର ସେଠୀ, ପିତାମ୍ବର ମଳିକ, ସତ୍ୟବ୍ରତ କୁଣ୍ଡ, କନକ ମହାଳିକ, ଅର୍ଜୁନ ବଳ, ଶ୍ରୀଧର ଜେନା ପ୍ରମୁଖ କାଁପଡା ଓ ତିହିଡି ସଦର ବଜାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।