ସ୍ୱାମୀ ସ୍ତ୍ରୀ ବିବାଦରେ ଗ୍ରାମବାସୀଙ୍କ ହସ୍ତକ୍ଷପକୁ ନେଇ ଚର୍ଚ୍ଚା

259

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୧: ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କରେ ତିକ୍ତତା ତଥା ଆଭ୍ୟନ୍ତରୀଣ ବିବାଦରେ କେତେକ ଗ୍ରାମବାସୀଙ୍କ ହସ୍ତକ୍ଷେପକୁ ନେଇ ତୁମୁଳ କାଣ୍ଡ ଘଟିଚାଲିଛି । ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ପରେ ମଧ୍ୟ ବିବାଦର ଅନ୍ତ ଘଟୁନି । ତେବେ ନିର୍ଦ୍ଦିଷ୍ଟ ଫାଇଦା ଆଶାରେ କେତେକ ଗ୍ରାମବାସୀଙ୍କ ହସ୍ତକ୍ଷେପ ଯୋଗୁଁ ବିବାଦ ଥମ୍ମିବା ପରିବର୍ତ୍ତେ ଉଗ୍ରରୁପ ନେଉଛି । ତେବେ ଏହି ପାରିବାରିକ ବାଦବିବାଦ ଓ ସମସ୍ୟା ପରିବାରରୁ ଯାଇ ରାଜନୈତିକ ରୁପ ନେବାରେ ଲାଗିଲାଣି । ନାମକୁ ମାତ୍ର ମାମଲା ରୁଜୁ କରି ପୋଲିସ ଘଟଣାକୁ ଏଡାଇ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ବିପରିତ ଦିଗରେ ଗତି କରୁଥିବା ବେଶ ବାରି ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଗୁଆମାଳ ପଞ୍ଚାୟତ ମସୁଆପାଳ ଗାଁରେ । ଏହି ଗାଁର ପ୍ରଭାକର ନାଥ ଓ ସ୍ତ୍ରୀ ଅଯୋଧ୍ୟା ନାଥଙ୍କ ମଧ୍ୟରେ ଚାରିତ୍ରିକ ଦୋଷକୁ ନେଇ ସନ୍ଦେହଜାତ ହେବାପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଏହି ବିବାଦରେ ଗୋଟିଏ ପଟେ ପ୍ରଭାକର ଓ ତାଙ୍କର ବିବାହିତ ଝିଅ ସଞ୍ଜୁଲତା ଏବଂ ଅପରପକ୍ଷେ ଅଯୋଧ୍ୟାଙ୍କ ସମେତ ତାଙ୍କ ପୁଅ ବୋହୁ ରହିଛନ୍ତି । ହେଲେ ଏହି ପରିବାରର ଦୁଇ ପକ୍ଷଙ୍କ ଛାଡି ଗ୍ରାମର ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ହସ୍ତକ୍ଷେପ କରି ଘଟଣାକୁ ଅଧିକ ବିବାଦୀୟ କରି ଚାଲିଛନ୍ତି । ସୂଚନା ମୁତାବକ, ଗତ ଦେଢ ବର୍ଷ ପୂର୍ବରୁ ଉଭୟ ପ୍ରଭାକର ଓ ତାଙ୍କ ଝିଅକୁ ଘରୁ ବାହାର କରି ଦିଆଯାଇଛି । ତେବେ ବାପ ଝିଅ ବାହାରେ ଘରଭଡା ନେଇ ରହୁଥିବା ବେଳେ ସମୟ ସମୟରେ ନିଜ ଘରେ ପାଖରେ କରିଥିବା ଦୋକାନକୁ ଯିବାବେଳେ ସେମାନଙ୍କୁ ଦୋକାନ ଖୋଲାଇ ନଦେବା ଓ ଗାଳି ଗୁଲଜ ସହ ଆକ୍ରମଣ କରାଯାଇଥିବା ଥାନାରେ ବାରମ୍ବାର ଅଭିଯୋଗ ହୋଇଛି । ତେବେ ନିକଟରେ ଝିଅ ସଞ୍ଜୁଲତା ତାଙ୍କର ସମସ୍ତ ସାମଗ୍ରୀ ଆଣିବା ପାଇଁ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ ଉପସ୍ଥିତିରେ ସେଠାରେ ପହଁଞ୍ôଚବା ପରେ ଅଯୋଧ୍ୟା ନାଥ ତାଙ୍କୁ ଘରେ ପୂରାଇ ଦେଇନଥିଲେ । ଅନ୍ୟପଟେ କେତେକ ଗ୍ରାମବାସୀ ମିଳିତଭାବେ ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରିବା ସହିତ ସଞ୍ଜୁଲତାଙ୍କ ଅସଦାରଣ ଉଦ୍ୟମ କରିଥିଲେ । ଏପରିକି ଗାଡିରେ ବସିଥିବା ପ୍ରଭାକରଙ୍କୁ ଟାଣି ନେଇ ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଘର ସମ୍ମୁଖରେ ୪ ଘଣ୍ଟା କାଳ ପୋଲିସ ଓ ଏହି ବାପ ଝିଅଙ୍କୁ ଅଟକ ରହିବାକୁ ପଡିଥିଲା । ପ୍ରଭାକର ନାଥଙ୍କ ଏତଲା କ୍ରମେ ଥାନାରେ ଅଯୋଧ୍ୟା ନାଥ, ଅଜୟ ପ୍ରଧାନ, ଚକ୍ରଧର ପ୍ରଧାନ, କ୍ଷିରୋଦ ପ୍ରଧାନ, ପଦ୍ମଲୋଚନ ପାଢୀ, ବୃନ୍ଦାବନ ନାଥ, ଶସ୍ମିତା ନାଥ, ରମେଶ ପାଢୀ, ନିରଞ୍ଜନ ପାଢୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ୪୧୧/୨୧, ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି । ଅନ୍ୟପଟେ ଅଯୋଧ୍ୟା ନାଥଙ୍କ ଏତଲା କ୍ରମେ ଥାନାରେ ପ୍ରଭାକର ଓ ସଞ୍ଜୁଲତାଙ୍କ ବିରୋଧରେ ଅନ୍ୟ ଏକ ପାଲଟା ମାମଲା ରୁଜୁ ହୋଇଛି । ଝିଅ ସଞ୍ଜୁଲତାଙ୍କ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଘର ତାଲା ପଡିଥିବା ଏବଂ ପ୍ରଭାକର ଓ ସଞ୍ଜୁଲତା ଉକ୍ତ ତାଲା ଭାଙ୍କିବାକୁ ଉଦ୍ୟମ କରୁଥିବାରୁ ଅଯୋଧ୍ୟା ବାରଣ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ସମ୍ପର୍କରେ ଆଇଆଇସି ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ଉଭୟ ମାମଲାର ତଦନ୍ତ ଚାଲିଛି ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।