ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୩ ଗିରଫ

209

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୧: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିହିଡ଼ି ଥାନା ଅନ୍ତର୍ଗତ ଅମୃତପୁର, ତଳଗୋପବିନ୍ଧା, ହଟନଗର, ଜିଝାରପୁର ଓ ପାଳିଆ ଗ୍ରାମରେ ଚଢାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ ଓ ୪୦୦ ଲିଟର ଗୁଡ଼ ପୋଚ ଜବତ କରାଯାଇଛି । ଏଥିସହ ଚୋରା କାରବାରରେ ସଂପୃକ୍ତ ତିହିଡ଼ି ଥାନା ଅନ୍ତର୍ଗତ ଅମୃତପୁର ଗ୍ରାମର ଜାନକୀ ବେହେରା , ପାଳିଆ ଗ୍ରାମର ତନା ଶାହା ଓ ହଟନଗର ଗ୍ରାମର ଦୁଃଖିଶ୍ୟାମ ମହାଳିକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଜବତ ମଦ ଓ ଗୁଡ଼ ପୋଚର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ, ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, ନନ୍ଦୁ ନାୟକ ଓ ଦୀପକ ରାଉତ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଅଜିତ କୁମାର ସିଙ୍କୁ, ସୁବାଶିଷ ରାଉତ ପ୍ରଭୃତି ସାମିଲ ଥିଲେ । ଏନେଇ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୩ଟି ପୃଥକ୍ ପୃଥକ ମାମଲା ରୁଜ୍ଜୁ କରା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।