ନନ୍ଦପୁରରେ ବାବୁଲି ଭୋଇଙ୍କ ସ୍ମୃତିଚାରଣ ସଭା

345

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଟ ରାଜନେତା କମଳାକାନ୍ତ ଭୋଇ(ବାବୁଲି)ଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ନନ୍ଦପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜଣେ ନିର୍ଭିକ ତଥା ପ୍ରତିଷ୍ଠିତ ରାଜନେତାଭାବେ ୩ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ତିହିଡି ବ୍ଲକ ରାଜନୀତିରେ ନିଜର ଦବଦବା ବଜାୟ ରଖିଥିବା ଏହି ରାଜନେତାଙ୍କର ଏପିର ଆକସ୍ମିତ ମୃତ୍ୟୁକୁ ଆଜି କେହି ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ରାଜନୈତିକ ଗୋଟି ଚାଳନାରେ ମାହିର ବାବୁଲି ଭୋଇ ଯେ କବେଳ ଜଣେ ଦକ୍ଷ ରାଜନେତା ଥିଲେ ତାହା ନୁହେଁ ବରଂ ଜଣେ ସୁସଂଗଠକଭାବେ ତାଙ୍କର ପରାକାଷ୍ଟା ବଜାୟ ରଖିଥିଲେ । ରାଜନୈତିକ କ୍ଷେତ୍ରରେ ସବୁବେଳେ ପ୍ରତିକୂଳ ପରିବେଶରେ ନିଜକୁ ସାମିଲ କରାଇ ବାଜି ଜିତିବାରେ ସେ ମାହିର୍ ଥିଲେ । ତାଙ୍କ ସମୟରେ ଅଚକ ପଞ୍ଚାୟତର ବହୁ ବିକାଶ ମୁଳକ କାର୍ଯ୍ୟ ହୋଇଥିବା ବେଳେ ଦୁଇ ଦୁଇ ଥର ତିହିଡି ବ୍ଲକ ଅଧ୍ୟକ୍ଷ ପଦବୀକୁ ସେ ଓ ତାଙ୍କ ଧର୍ମପତ୍ନୀ ଅକ୍ତିଆର କରି ପାରିଥିଲେ । ତାଙ୍କ ଆବର୍ତ୍ତମାନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ଯାଇଛି ତାହା ନିଶ୍ଚିତ ପକ୍ଷେ ସମସ୍ତଙ୍କୁ ବ୍ୟଥିତ ଓ ମର୍ମାହତ କରିଥିବା ଉପସ୍ଥିତ ଅତିଥିମାନେ ନିଜ ଶୋକବାର୍ତ୍ତାରେ ମତପ୍ରକାଶ କରିଥିଲେ । ସମାଜସେବୀ ଗଣେଶ ବିଶ୍ୱାଳଙ୍କ ଆବାହକ୍ୱ ଓ ଅକ୍ଷୟ ମଲ୍ଲିକଙ୍କ ସଂଚାଳନାରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭ୍ୟ କମଳାକାନ୍ତ ଦାସ, ଚିନ୍ତାମଣି ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ଭଦ୍ରକ ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ଭଗବାନ ପାଢୀ, ସୁରେନ୍ଦ୍ର ନାୟକ, ରଘୁନାଥ ପଣ୍ଡା, ନବ କିଶୋର ମଲ୍ଲିକ, ବସନ୍ତ ନାୟକ, ଶରତ ଦାସ, ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ଆଦିତ୍ୟ ଜେନା, ସୁଧନ୍ୱା ନାୟକ, ଉମାକାନ୍ତ ଦାସ, ତିହିଡି ଯୁକ୍ତଦୁଇ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱଜିତ ଧଳ, ପୂର୍ଣ୍ଣଚନ୍ଦ୍ର ନାୟକ, ସରୋଜ ଦାସ, ସନ୍ତୋଷ ମଲ୍ଲିକ, ସତ୍ୟନାରାୟଣ ଭୂୟାଁ, ପ୍ରଶାନ୍ତ ସାହାଣି, ସୟଦ୍ ମୁସଲିମ୍‌, ସୁରେଶ ମଳିକ, ବିମ୍ବାଧର ସେଠୀ, କୈଳାସ ମଳିକ, ଅମର ମଳିକ, ତରୁଣ ଭୋଇ, କାଳିଆ ପଲେଇ, ଗୌରୀ ବେହେରା, ନିରାକାର ସାହୁ ଓ ସାମ୍ବଦିକ ଆଲୋକ ବିକାଶ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।