ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସ୍ଥାପନ ନିମନ୍ତେ ସଚେତନତା ଶିବିର

205

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଶିଳ୍ପ ନିର୍ଦ୍ଦେଶାଳୟ ଏମଏସଏମଇ ବିଭାଗ ଦ୍ୱାରା ପ୍ରାୟୋଜିତ ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସ୍ଥାପନ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ସମ୍ପଦକୁ ସଠିକ ଭାବେ ପ୍ରକ୍ରିୟାକରଣ କରାଯାଇ ଆଞ୍ଚଳିକ ତଥା ବାହାର ବଜାରରେ ଏହାର ଚାହିଦାକୁ ବୃଦ୍ଧି କରିବା ଏହି ଶିବିରର ମୂଳଲକ୍ଷ । ଏହାର ପୂର୍ଣ୍ଣାଙ୍ଗ ରୃପରେଖ ହୋଇ ପାରିଲେ ଅନେକାଂଶରେ ସ୍ଥାନୀୟ ବେକରୀ ଦୂରିକରଣ ହୋଇ ପାରିବ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ ବକ୍ତବ୍ୟ ରଖିଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଛେନାର ତିଆରି ମିଠା ଛେନା ମୁଡୁଡିର ବ୍ୟବସାୟିକ କରଣ କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ସୁଫଳ ମିଳି ପାରନ୍ତା ବୋଲି ଶ୍ରୀ ଦାସ କହିଥିଲେ । ଏନେଇ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କର ପ୍ରତିନିଧିମାନେ କିପରି ସହଜ ଉପାୟରେ ଋଣ ପ୍ରଦାନ କରାଯିବ ସେନେଇ ସୂଟନା ପ୍ରଦାନ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ମ୍ୟାନେଜର ପିତାମ୍ବର ପରିଡାଙ୍କ ପୌରୋହିତ୍ୟରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ତହସିଲଦାର ପ୍ରତୀକ ସାହୁ, ବିଡିଓ ବସନ୍ତ କୁମାର ସାହାଣି, ସିଡିଭିଓ ଡାକ୍ତର ଏସ.କେ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ମତ ରଖିଥିଲେ । ଆଇପିଓ ଦେବାଶିଷ ମହାନ୍ତି, ବିଶ୍ୱଜିତ ସାମଲ ଓ ଶଶିଶେଖର ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ଏହି ଶିବିରରେ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ଉତ୍ପାଦକ ଗୋଷ୍ଠୀ, ଯୁବ ଗୋଷ୍ଠୀ ଓ ମହିଳା ମହାସଂଘ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ରିସୋର୍ସ ପରର୍ସନ ରାଜେନ୍ଦ୍ର କୁମାର ରାଉଳ, ପୀରହାଟ ଫାର୍ମରର୍ସ ପ୍ରଡ୍ୟୁସର ଗୃପର ବାବୁରାମ ବାରିକ, ବିଜୟ ନାୟକ, ମନୋଜ ବାରିକ, ସୁରଜ ମଲ୍ଲିକ, ମୁକୁନ୍ଦପୁର ଜଗନ୍ନାଥ ଫେଡେରେସନର ମଧୁସ୍ମିତ ରାଉତ, ସବିତା ସାହୁ, ସଂଧ୍ୟାରାଣୀ ବାରିକ, ସୁନିତା ପାଣିଗ୍ରାହୀ, ମିର୍ଜାପୁରର ଜୟମା ମଙ୍ଗଳା ଏସଏଚଜିର ସ୍ୱର୍ଣ୍ଣଲତା ଓଝା, ଗାୟତ୍ରୀ କର, ସୁମିତ୍ରା ନାଥ, ସତ୍ୟଭାମା ଓଝା, ସବିତା ଜେନା, ଶରତ ମଲ୍ଲିକ, ବିନୟ ସେଠୀ, ବିଦ୍ୟାଧର ଦାସ ଓ ପ୍ରଫୁଲ ମଳିକ ପ୍ରମୁଖ ବହୁ ଯୁବଗୋଷ୍ଠି ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।