ଶିଶୁମାନଙ୍କ ଯୌନ ଉତ୍ପୀଡ଼ନ ଭିଡିଓ ଓ ଫଟୋ ପୋଷ୍ଟ ଏବଂ ସେଆର ଅଭିଯୋଗରେ ସିବିଆଇ ଚଢଉ।

337

କଟକ (ଉତ୍କଳ ନିଉଜ) ଶିଶୁ ମାନଙ୍କ ଯୌନ ଉତ୍ପୀଡ଼ନ ଭିଡିଓ ଓ ଫଟୋ ପୋଷ୍ଟ କରିବା ସହିତ ସେଆର କରିବା ଅଭିଯୋଗରେ ସିବିଆଇ ଆଜି ଦେଶର ୭୬ ଗୋଟି ସ୍ଥାନରେ ଚଡାଉ କରିଛି । ଏଥିରେ ଓଡ଼ିଶାର ୩ଟି ସ୍ଥାନରେ ଚଡାଉ କରୁଥିବା ବେଳେ ଭଦ୍ରକ ଜିଲ୍ଲାର ଆଗରପଡା ଥାନା ଅନ୍ତର୍ଗତ ଗଣିଜାଙ୍ଗ ପଂଚାୟତ ବିନାୟକପୁର ଗାଁରେ ଚଢାଉ କରାଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ଏହି ଗାଁର ମନୋଜ ଦାସ ନାମକ ଜଣେ ଅଟୋ ଚାଳକ ଏହି ବେଆଇନ ଘଟଣାରେ ସମ୍ପୃକ୍ତ ଥିବାରୁ ସିବିଆଇ ତାଙ୍କ ନାମରେ ମାମଲା ରୁଜୁ କରି ଆଜି ଛାନବିନ ଚଳାଇଛନ୍ତି । ସିବିଆଇ ଇନ୍ସପେକ୍ଟର ପି. କେ ମିଶ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗାଁରେ ପହଂଚି ମନୋଜକୁ ଗୋଟିଏ ଘରେ ଅଟକ ରଖି ପଚରା ଉଚୁରା ଚଳାଇଥିଲା। ଏପରିକି ତାଙ୍କ ମୋବାଇଲକୁ ଜବତ କରି ଲାପଟପ୍ ମାଧ୍ୟମରେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ତାଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ଦିଗ ପ୍ରତି ତଦନ୍ତ କରା ଯାଉଥିବା ସୂଚନା ମିଳିଛି। ଏନେଇ ସବିଶେଷ ତଥ୍ୟ ସ୍ପଷ୍ଟ ହୋଇ ନଥିଲା ବେଳେ ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରା ଯାଇନାହିଁ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।