ସୟା ପଂଚାୟତର ମହା ମିଶ୍ରଣ ପର୍ବରେ ଟୋପି ପିନ୍ଧିଲେ ୭୫ ପରିବାର,

503

କଟକ (ଉତ୍କଳ ନିଉଜ)ତିହିଡ଼ି, ୧୬.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ବିଜେପି ପକ୍ଷରୁ ତିହିଡି ଟାଉନହଲରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ଶତାଧିକ ନେତା, ଛାମୁଆ ନେତା ଯୋଗ ଦେଇଥିବା ଜଣାଯାଇଛି । ସମେତ କର୍ମୀମାନେ ବିଜେପି ଉତ୍ତରୀୟ ଓ ଟୋପି ପରିଧାନ କରିଥିଲେ ଯାହା ଏକ ପ୍ରକାର ଉତ୍ସବ ମୁଖର ପରି ବାରି ହୋଇଛି । ଆଗାମି ତ୍ରିସ୍ତରୀୟ ନିର୍ବାଚନ ବୈତରଣୀ ପାର ହେବାକୁ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ମନ୍ତ୍ର ଫୁଙ୍କିଥିଲେ । ଦଳୀୟ ଉତ୍ତରୀୟ ଓ ମୋଦିଙ୍କ ଟୋପି ପିନ୍ଧାଇ ଶ୍ରୀ ସେଠୀ ନବାଗତଙ୍କୁ ସ୍ୱାଗତ କରିବା ସହିତ ଦଳ ପାଇଁ ନିର୍ଭିକଭାବେ କାର୍ଯ୍ୟ କରିବାର ସମୟ ଆସିଛି ଏବଂ ଶାସକ ଦଳର ଦୂର୍ନୀତି ପଦାରେ ପକାଇବା ସହିତ ମୋଦିଙ୍କ ସ୍ୱଚ୍ଛ ଶାସନ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ଲାଗି ଘରଘର ବୁଲି ପ୍ରଚାର କରିବା ଲାଗି ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ରଘୁନାଥ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ମହା ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ସେଠୀ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଦୁର୍ଗାଚରଣ ନାୟକ, ପ୍ରଦୀପ ବଳ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ରାଜକିଶୋର ନାୟକ, ପ୍ରତାପ ଜେନା, ସଂଗ୍ରାମ ମହାନ୍ତି, ବୁଦ୍ଧଦେବ ଜେନା, ସୁରଜ ସୂର୍ଯ୍ୟବଂଶୀ, ରବିନ୍ଦ୍ର ଶତପଥି ଓ ରୀତାଞ୍ଜଳୀ ଶତପଥି ପ୍ରମୁଖ ଯୋଗଦେଇ ନବାଗତମାନଙ୍କୁ ସ୍ୱାଗତ କରିଥିଲେ । ଏହି ମହା ମିଶ୍ରଣ ପର୍ବ ଅବସରରେ ସୟା ପଞ୍ଚାୟତର ବିଜେପି ସମର୍ଥିତ ପ୍ରାର୍ଥିନୀଭାବେ ରୀତାଞ୍ଜଳୀ ଶତପଥିଙ୍କ ନାମ ଘୋଷଣା କରିଥିଲେ ବିଧାୟକ । ସୟା ପଞ୍ଚାୟତ ପ୍ରମୁଖ ଶଶଧର ନାୟକ, ଅମିୟଚାନ୍ଦ ନାୟକ, ସୁବାଶ ମଳିକ, ଲକ୍ଷ୍ମୀଧର ପଣ୍ଡା, କାହ୍ନୁ ଚରଣ ଶତପଥି, ରମାକାନ୍ତ ପରିଡା, ଧିରେନ୍ଦ୍ର ସେଠୀ, ଶରତ ଲେଙ୍କା, ଜଗବନ୍ଧୁ ମଳିକ, ରାମଚନ୍ଦ୍ର ପରିଡା, ଧନେଶ୍ୱର ପଣ୍ଡା ଛାମୁଆ ନେତା ଉପସ୍ଥିତ ଥିଲେ । ଉମାକାନ୍ତ ମଳିକ, କେଦାର ମଳିକ, ଅରୁଣ ମଳିକ, ସୁନାଚାନ୍ଦ ନୟକ, ବାସନ୍ତୀ ମଳିକ, ସୁବଳ କିଶୋର ମଳିକ, ଜୟନ୍ତ ଦାସ, ଶରତ ନାୟକ, ଅଞ୍ଜନ ବେହେରା, ଅଶୋକ ପାତ୍ର, ନିରଞ୍ଜନ କବି, ନିରଞ୍ଜନ ମଳିକ, କେଶବ ବାରିକ, ଲକ୍ଷ୍ମୀଧର ସାହୁ, ସଞ୍ଜୟ ସେଠୀ, ଭାଷ୍କର ପରିଡା, ଅଜୟ କବି, ଦୟାନିଧି ପଲେଇ, ନନ୍ଦକିଶୋର ସେଠୀ, ପ୍ରଭାତ ଦାସ, ଶାନ୍ତନୁ ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ଅଜୟ ପଲେଇ, ସୁରେଶ ମାହୁନ୍ତ, ଶଶିକାନ୍ତ ରାଉତ, ଗୋପାଳ ମାଝୀ, ଅଶୋକ ମହାଳିକ ପ୍ରମୁଖ ବାଲିଚତୁରୀ, ତଳବନ୍ଧ, ବିରବରପୁର, ମାଧପୁର, ଗୋପାଳସାହି, ନାୟକସାହି, ମାଝୀସାହି ଓ ସୟା ପ୍ରମୁଖ ଗାଁର ଶତାଧିକ କର୍ମୀ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।