ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲି ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ।

232

କଟକ (ଉତ୍କଳ ନୀୟୁଜ)ତିହିଡି, ୧୬.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଓରଫ୍ ବାବୁଲି ଭୋଇଙ୍କ ଅକାଳ ବିୟୋଗରେ ତିହିଡ଼ି ବିଜେପି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ତିହିଡ଼ିସ୍ଥିତ ଦୀନଦୟାଲ ଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସ୍ୱର୍ଗତ ବାବୁଲି ଭୋଇଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ରାଜ୍ୟ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବାବୁଲି ଭୋଇଙ୍କ ରାଜନୈତିକ ଓ ସାମାଜିକ ଗୁଣାବଳି ଉପରେ ଆଲୋକପାତ କରିବା ଅବସରରେ ବାବୁଲି ଭୋଇଙ୍କ ଅବର୍ତ୍ତମାନରେ ରାଜନୈତିକ କ୍ଷେତ୍ରରେ ତିହିଡ଼ି ବ୍ଲକରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅ୍ମକ୍ଷ ଶୁକଦେବ ମଳିକ, ବରିଷ୍ଠ ବିଜେପି ନେତା ଦୁର୍ଗା ଚରଣ ନାୟକ, ବୁଦ୍ଧଦେବ ଜେନା, ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ, ରନାରାଣୀ ସ୍ୱାଇଁ, ତପନ ପାଢ଼ୀ, ମାନସ କୁମାର ନାୟକ, ସଂଗ୍ରାମ ମହାନ୍ତି, ସୀତାକାନ୍ତ ନାୟକ, ସୁଶାନ୍ତ କୁମାର ସେଠୀ, ରାଜକିଶୋର ନାୟକ, ଦେବବ୍ରତ ପାଢ଼ୀ, ପ୍ରତାପ ଜେନା, ଶଶାଙ୍କ ଶେଖର ରାଉଳ, ଅଜୟ ମହାପାତ୍ର, ବିଦ୍ୟାଧର ପ୍ରଧାନ, ସୁବାସ ମହାଳିକ, ଶଶଧର ନାୟକ, ସଂଦୀପ ଦାସ, ଧୀରେନ୍ଦ୍ର ସେଠୀ, ଲକ୍ଷ୍ମୀଧର ପାତ୍ର, ଲକ୍ଷ୍ମୀଧର ପାତ୍ର, ରମାକାନ୍ତ ପରିଡ଼ା, କେଶବ ବେହେରା, ଶରତ କୁମାର ଦାସ ପ୍ରମୁଖ ବହୁ ବିଜେପି ନେତାମାନେ ଯୋଗ ଦେଇ ସ୍ୱର୍ଗତ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନୀୟୁଜ।