ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା।

111

(ଉତ୍କଳ ନୀୟୁଜ) ଆଜି ଚୌଦ୍ବାର ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ପଦ୍ମଶ୍ରୀ ଡଃ. ଉତ୍ସବ ଚରଣ ଦାଶ କୁଂ ବିଜେପି ଓଡ଼ିଶା ରାଜ୍ଯ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର କୁମାର ସ୍ବାଇଁଙ୍କ ନେତ୍ରୂତ୍ଵ ରେ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ଧିରଂଜନ ସିଂ, ସଞ୍ଜୟ ମହାରଣା, ଉଦୟ ପରିଡା ,କାଜୋଲ ପ୍ରିୟଦର୍ଶିନୀ,ଦୀପକ ବେହେରା, ଚନ୍ଦନ ନାୟକ ,ବିରଞ୍ଚି ସ୍ବାଇଁ ପ୍ରମୁଖ କାର୍ଯ୍ୟକର୍ତା ମାନେ ଚୌଦ୍ବାର ସ୍ଥିତ କାର୍ୟାଳୟ ରେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଏହି ଅବସରରେ ଶ୍ରୀଯୁକ୍ତ ଉତ୍ସବ ଚରଣ ଦାଶ ପଦ୍ମଶ୍ରୀ ପୁରସ୍କାରରେ ସନମାନୀତ ହୋଇଥିବାରୁ କେନ୍ଦ୍ର ସରକାର ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚଇତି ଘୋଡ଼ା ନାଚକୁ ସର୍ବ ଭାରତୀୟ ସ୍ତରରେ ପହଞ୍ଚାଇ ନିଜ ଜାତି, ରାଜ୍ୟ ଏବଂ ଚୌଦ୍ବାର ର ସନମାନ ବଢାଇ ଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ନିଜ ଜୀବନର ଅନେକ ଅଭିଜ୍ଞତା ଏବଂ ଅନୁଭୂତି ବିଷୟରେ ସେ ଆଲୋଚନା କରିଥିଲେ ।ଶ୍ରୀଯୁକ୍ତ ଦାଶ ଜଣେ ଭୂମିହୀନ ଅଟନ୍ତି ଏବଂ ଏଥିପାଇଁ ସେ ରାଜ୍ଯ ସରକାର , କେନ୍ଦ୍ର ସରକାର ଓ କଟକ ଜିଲ୍ଲାପାଳ କୁଂ ଏକ ବାସ ଉପୋଯୋଗୀ ଜମି ଯୋଗାଇ ଦେବାକୁ ବହୁ ପୂର୍ବରୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ସ୍ବାଇଁଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ।ଏହାପରେ ଜ୍ଞାନେନ୍ଦ୍ର ଚୌଦ୍ଵାର ରାଜସ୍ବ ନିରୀକ୍ଷକ ଶ୍ରୀ ଯୁକ୍ତ ଚିତରଞ୍ଜନ ପଟ୍ଟନାୟକ ଙ୍କ ସହିତ ସାକ୍ଷ୍ୟାତ କରି ଏ ବିଷୟରେ ଆଲୋଚନା କରିଥିଲେ ।ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଚିତରଞ୍ଜନ ଡଃ ଦାସଙ୍କ ଆବେଦନ କୁ ଗ୍ରହଣ କରି ଏହାର ରିପୋର୍ଟ ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି ଏବଂ ଏହା ସରକାରଙ୍କ ନିକଟରେ ବିଚାରାଧୀନ ଅଛି ବୋଲି ପ୍ରକାଶ କରିଥିଲେ ।ଏହାପରେ ଜ୍ଞାନେନ୍ଦ୍ର,ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାଶ କିପରି ନିଜର ଦାବି ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର ,କେନ୍ଦ୍ର ସରକାର ଓ କଟକ ଜିଲ୍ଲାପାଳ ଙ୍କ ନିକଟରେ ଅନୁରୋଧ କରି ଶତପ୍ରତିଶତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।