୬୮ତମ ସମବାୟ ସପ୍ତାହ ପାଳିତ

189

କଟକ(ଉତ୍କଳ ନୀୟୁଜ) ତିହିଡି, ୧୪.୧୧: ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତିହିଡି ଶାଖା ପରିସରରେ ରବିବାର ସକାଳେ ୬୮ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ସପ୍ତାହ ପାଳନର ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଶାଖା ପରିଚାଳକ ସୁଚିସ୍ମିତା ପଣ୍ଡା, ଶେଷଦେବ ମଲିକ, ଶାଖା ସୁପରଭାଇଜର ସୁରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଜୀତେନ୍ଦ୍ର କୁମାର ବେହେରା, ଅମିତାବାଳା ପାଣିଗ୍ରାହୀ, ଆରସା ସେବା ସମବାୟ ସମିତି ସମ୍ପାଦକ ଅଶୋକ କୁମାର ପଣ୍ଡା, ମଙ୍ଗଳପୁର ସମିତି ସମ୍ପାଦକ ଶଙ୍କର୍ଷଣ ଜେନା, ଲକ୍ଷ୍ମୀଧର ବେହେରା, ବଟକୃଷ୍ଣ ଜେନା, ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ତିହିଡ଼ି ବ୍ଲକରେ ଥିବା ୧୬ ଗୋଟି ସମବାୟ ସମିତିରେ ମଧ୍ୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।