ଜିଲ୍ଲାରେ ୧୭ଟି ରୁ ୫-ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ।

234

କଟକ(ଉତ୍କଳ ନୀୟୁଜ)ତିହିଡି ୧୪.୧୧: ଘରୋଇ ଶିକ୍ଷା ବ୍ୟବସ୍ଥାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମୁହଁ ଫେରେଇ ନେବା ଲାଗି ରାଜ୍ୟ ସରକାରଙ୍କ ଏହା ଏକ ପ୍ରୟାସ । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟର ସମସ୍ତ ଭିତ୍ତିଭୂମିର ବିକାଶ କରାଯାଇଛି । ୫-ଟି ରୁପାନ୍ତରିତ ବିଦ୍ୟାଳୟରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍‌, ବଗିଚା, ବିଜ୍ଞାନଗାର, ଜଳ ଓ ପରିମଳ, ନୂତନ ପାଇଖାନା ଓ ଖେଳ ପଡିଆ ଆଦି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ଚିରାଚରିତ ଶିକ୍ଷା ପ୍ରଦାନକୁ ଚିରି ଏହି ୫-ଟି ଉପକ୍ରମ ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କରାଯାଇଛି । ଏହି ମର୍ମରେ ବହୁ ପ୍ରତିକ୍ଷିତ ଭଦ୍ରକ ଜିଲ୍ଲାର ୧୭ଟି ୫-ଟି ରୂପାନ୍ତରିତ ବିଦ୍ୟାଳୟ ଶିଶୁ ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରିଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୭ଟି ବିଦ୍ୟାଳୟକୁ ସରକାର ୫-ଟି ରୂପାନ୍ତରିତ ବିଦ୍ୟାଳୟ ଭାବେ ମନୋନୀତ କରାଯାଇ ଭିତ୍ତିଭୂମିର ବିକାଶ କରାଯାଇଛି । ବିଦ୍ୟାଳୟର ଶ୍ରେଣୀ ଗୃହ ସମେତ ପରିସରର ବ୍ୟାପକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଛାତ୍ରଛାତ୍ର, ଅଭିଭାବକ, ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳବାସୀ ବେଶ ଖୁସିଥିବା ଦେଖାଯାଇଛି । ତିହିଡି ବ୍ଲକର ୩ଟି ହାଇସ୍କୁଲ ଯଥା ଦୋଳସାହିସ୍ଥିତ ରାମନାରାୟଣ ହାଇସ୍କୁଲ, ତିହିଡି ସଦର ବଜାରସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ(ଚରସ) ଓ ପୀରହାଟସ୍ଥିତ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ । ସେହିପରି ଭଦ୍ରକ ମୁନିସିପାଲିଟି ସମେତ ବ୍ଲକର ୪ଟି, ଭଣ୍ଡାରୀପୋଖରୀ ବ୍ଲକର ୨ଟି, ବନ୍ତ ବ୍ଲକର ୨ଟି, ଚାନ୍ଦବାଲି ଏନଏସି ସମେତ ବ୍ଲକର ୩ଟି, ଧାମନଗର ଏନଏସିର ଗୋଟିଏ ହାଇସ୍କୁଲ ଅର୍ନ୍ତଭୁକ୍ତ ରହିଛି । ରବିବାର ଅପରାହ୍ନରେ ଭଦ୍ରକ ବ୍ଲକ ଅଧିନ ସାବରଙ୍ଗ ହାଇସ୍କୁଲ ପରିସରରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ମଞ୍ଜାସୀନ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବିଭିନ୍ନ ବ୍ଲକର ବିଡିଓ, ସମସ୍ତ ରୂପାନ୍ତରିତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ପରିଚାଳନା କମିଟିର ସଭାପତି ପରିଚାଳନାରେ ସହଯୋଗ କରିଥିଲେ । ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଅଶୋକ ନାୟକ, ରଘୁନାଥ ନାୟକ, ରଞ୍ଜନ ସାହୁ, ଅଶୋକ ବଳ, ନାରଣ, ଚିନ୍ତାମଣି ଦାସ, ତାରାପଦ ମହାନ୍ତି, ସଚ୍ଚିକାନ୍ତ ନାୟକ, ବାପୁଜୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।