ବଳ ପୂର୍ବକ ବନ୍ଦ ପାଳନ କରାଗଲେ ପଦକ୍ଷେପ ନିଆଯିବ- ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

117

ବଳ ପୂର୍ବକ ବନ୍ଦ ପାଳନ କରାଗଲେ ପଦକ୍ଷେପ ନିଆଯିବ ବୋଲି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ଜଣା ଯାଇଛି। ସୂଚନା ମୁତାବକ, ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ କେତେକାଂଶରେ ରୋକ ଲଗାଇବା ସହିତ ବନ୍ଦକୁ ବଳ ପୂର୍ବକ ନକରି ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏ ନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଭଦ୍ରକ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଭଦ୍ରକ ଜିଲ୍ଲାରେ ଏହି ବନ୍ଦକୁ ଶାନ୍ତି ଶୃଙ୍ଖଳା ସହ ଯେପରି ପାଳନ ହେବ ସେଥିପାଇଁ ତମାମ ଜିଲ୍ଲାରେ ୯ ପ୍ଲାଟୁନ ପୋଲିସ ମୃତୟନ ହେବା ସହିତ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ବିଭିନ୍ନ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ଦେବାକୁ କୁହା ଯାଇଛି। ତେଣୁ ଜିଲ୍ଲାବାସୀ ନିଜ ନିଜ କାମ ପାଇଁ ସ୍ଵଇଚ୍ଛାରେ ତଥା ବିନା ସଂକୋଚରେ ଯାତାୟାତ କରିପାରିବେ ବୋଲି ଏସପି ସୂଚନା ଦେଇଛନ୍ତି। ଏପରିକି ଯଦି କୌଣସି ଠାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶଙ୍କୁ ଅବମାନନା କରାଯାଏ ତେବେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।