ଆରଏମସି ବିରୋଧରେ ଗଣଧାରଣା, ଉପଜିିଲ୍ଲାପାଳଙ୍କ ପ୍ରତିଶୃତିରେ ପ୍ରତ୍ୟାହୃତ

144

କଟକ(ଉତ୍କଳ ନିଉଜ)ତିହିଡି, ୧୦.୧୧: ଥଇଥାନ ଆଳରେ ଭଦ୍ରକ ଜିଲ୍ଲା ତିହିଡି ବିସ୍ଥାପିତ ଦୋକାନୀଙ୍କୁ ହନ୍ତସନ୍ତ କରୁଛି ଆରଏମସି କର୍ତ୍ତୃପକ୍ଷ । ଏହାର ପ୍ରତିବାଦରେ ବଣିକ ସଂଘ ପକ୍ଷରୁ ଭଦ୍ରକ ଆରଏମସି କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆ ଯାଇଛି । ଆରଏମସି ବିରୋଧରେ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ନେଇଛି । ଯାହାର ଫଳ ସ୍ୱରୂପ ବିସ୍ଥାପିତ ଦୋକାନୀମାନେ ଆରଏମସି ବିରୋଧରେ ବର୍ଷିଛନ୍ତି । ତିହିଡି ଖାଙ୍କିହାଟ ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ଅବ୍ୟବସ୍ଥା ଯୋଗୁ ଦୋକାନ ଖୋଲି ପାରୁନଥିବା କୁହାଯାଇଛି । ଭଦ୍ରକ ନିୟନ୍ତ୍ରିତ ବଜାର କମିଟି (ଆରଏମସି)ଦ୍ୱାରା ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ଗୁଡ଼ିକ ଗତ ତା ୦୧.୦୨.୨୦ରିଖ ପର ଠାରୁ ନିର୍ଦ୍ଧାରିତ ୪୦ ହଜାର ଟଙ୍କା ଅମାନତ ରାଶି ପୈଠ କରି ରସିଦ୍ ପାଇ ଅଛନ୍ତି । କେତେକ ବ୍ୟବସାୟୀ ଅଫିସକୁ ଦୌଡ଼ି ଦୌଡ଼ି ଅଦ୍ୟାବଧିଏଗ୍ରିମେଣ୍ଟ ପାଇ ପାରୁ ନାହାନ୍ତି । ଭଦ୍ରକ-ଚାନ୍ଦବାଲି ରାସ୍ତା ସଂଲଗ୍ନ ଖାଙ୍କିହାଟ ମାର୍କେଟ୍ କମ୍ପେ୍ଲକ୍ ଦୁଇ ମହଲାକୁ ଉଭୟ ପାର୍ଶ୍ୱ ଯାତାୟତ ପାଇଁ ପକ୍କା ସିଡ଼ି ପ୍ଲାନ ଅନୁସାରେ ଫାଉଣ୍ଡେସନ ହୋଇଅଛି କିନ୍ତୁ ଏଯାଏଁ ସିଡି ନିର୍ମାଣ କରାଯାଇ ନାହିଁ । ସିଡ଼ି ପାଇଁ ଦୋକାନ ଖୋଲା ହୋଇ ପାରୁନାହିଁ । ନିୟନ୍ତ୍ରିତ ବଜାର କମିଟି ଚେୟାରମ୍ୟାନ ତଥା ଉପଜିଲାପାଳଙ୍କୁ ଗତ ତା ୦୧.୦୨.୨୦ରିଖରେ ଭେଟି ସିଡ଼ି ପାଇଁ ଏକ ଆଲୋଚନା କରା ଯାଇଥିଲା ମାତ୍ର ନିୟନ୍ତ୍ରିତ ବଜାର କମିଟି ସଂପାଦକ ଏହାକୁ ଅବମାନନା କରି ଚାଲିଛନ୍ତି । ୬ ମାସର ଭଡ଼ା ଦେବା ପାଇଁ ତାଗିଦ୍ କରିବା ସହିତ ସରକାରଙ୍କ କୋଭିଡ଼ କଟକଣା ସତ୍ତ୍ୱେ ଜଟିଳ ପରିସ୍ଥିତିରେ ସମ୍ମୁଖୀନ ହୋଇ ଦୋକାନ ନଖୋଲି ମଧ୍ୟ ଭଡ଼ା ଦେବାକୁ ପଡୁଛି । ମାର୍କେଟ କମ୍ପେ୍ଲକ୍ସ ସଂଲଗ୍ନ ପୂର୍ବ ତରଫ ଅଳିଆ ଆବର୍ଜନା ଗଦା, ପଚାସଢ଼ା ଦୁର୍ଗନ୍ଧ ଆଦି ଅସ୍ୱାଭାବିକ ପରିବେଶ ପାଇଁ ବାରଣ୍ଡା ଦେଇ ଦୋକାନ ଗୃହ ଭିତରକୁ ପ୍ରବେଶ କରି ହେଉନାହିଁ । ବାରମ୍ବାର ଆଲୋଚନା କଲାପରେ ମିଳୁଛି ମିଥ୍ୟା ପ୍ରତିଶ୍ରୁତି । ସିଡ଼ି ନହେଲେ ତଥା ସାମନା ପାଖ ଜବର ଦଖଲ ଉଚ୍ଛେଦ କରାନଗଲେ ଦୋକାନ ଖୋଲା ଯାଇ ପାରିବ ନାହିଁ ବଣିକ ସଂଘ ଦାବି କରିଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ତିହିଡ଼ି ବଜାରର ଏହି ବିସ୍ଥାପିତ ବ୍ୟବସାୟୀ । ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ତିହିଡ଼ିରେ ଗଢ଼ି ଉଠିଛି ଖାଙ୍କିହାଟ ଏବଂ ମାର୍କେଟ କମ୍ପେ୍ଲକ୍ସ । ଦୀର୍ଘ ୧୩ବର୍ଷ କାଳ ପ୍ରତୀକ୍ଷାରେ କେତେ ଆଶା ବାନ୍ଧି କମ୍ପେ୍ଲକ୍ସରେ ଘର ନେଇ ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଥିଲେ ଏହି ବ୍ୟବସାୟୀ ତାହା ଫସର ଫାଟିଛି । ଆରଏମସି କର୍ତ୍ତୃପକ୍ଷ ଜାଣିଶୁଣି ହଇରାଣ ହରକତ କରୁଛନ୍ତି ଏବଂ ବିଭିନ୍ନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରୁଥିବା ଅଭିଯୋଗ କରିଛି ଏହି ବଣିକ ସଂଘ । ଏହାର ତଦନ୍ତ କରାଯାଇ ୧୫ ଦିନ ଭିତରେ ପୂରଣ କରାନଗଲେ ବାଧ୍ୟ ହୋଇ ନିୟନ୍ତ୍ରିତ ବଜାର କମିଟି ଭଦ୍ରକ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଗତ ୨୪.୧୦.୨୧ରିଖ ଚେତାବନି ଦେଇଥିଲେ । ବୁଧବାର ଆରଏମସି ସମ୍ପାଦକ ବିକାଶ ନାୟକ ଧାରଣାରତ ବିସ୍ଥାପିତ ଦୋକାନୀଙ୍କୁ ବୁଝାସୁଝା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ଆରଏମସିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ଧାରଣା ସ୍ଥଳରେ ପହଞ୍ôଚ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ୧୫ଦିନ ମଧ୍ୟ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ବିସ୍ଥାପିତ ଦୋକାନୀ ବଣିକ ସଂଘର ସଭାପତି ଗୟାଧର ବାରିକ, ସମ୍ପାଦକ ସଞ୍ଜୀବ ନାୟକ ପ୍ରମୁଖ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଲକ୍ଷ୍ମୀଧର ମଲ୍ଲିକ, ଇନ୍ଦ୍ରମଣି ସାବତ, ରାଜୀବ କୁମାର ନାୟକ, ମନୋରଂଜନ ନାୟକ, କୃଷ୍ଣ ମୋହନ ନାୟକ, ଧନେଶ୍ୱର ସାହୁ, ସେକ୍ ହନିଫ ସେକ୍‌, ଆରଫାନ, ସେକ୍ ମୁଲତାନ, ରାଜକିଶୋର ପାଢ଼ୀ ଓ ପ୍ରହ୍ଲାଦ ବାରିକ ପ୍ରମୁଖ ୨୭ ଜଣ ଦୋକାନୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।