ଶ୍ୟାମସୁନ୍ଦରପୁରରେ ବିଜେପିର ମିଶ୍ରଣ ପର୍ବ ।

172

କଟକ(ଉତ୍କଳ ନିଉଜ)ତିହିଡି, ୧୦.୧୧: ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ରାଜନୀତି ସରଗରମ ହେବାରେ ଲାଗିଲାଣି । ନିଜ ନିଜ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଏବେ କର୍ମୀ ଯୋଗାଡରେ ଲାଗି ପଡିଛନ୍ତି । ନିର୍ବାଚନ ରୂତୁ ପୂର୍ବରୁ ହେଉଥିବା ଦଳ ଡିଆଁ ପର୍ବ ସତେ ଯେପରି ଏକ ପରମ୍ପରାରେ ପରିଣତ ହୋଇଗଲାଣି । କେଉଁଠି ଶାସକ ଦଳ ଉପରେ ଆସ୍ଥା ହରାଇ ନେତା ଓ କର୍ମୀ ଦଳ ଛାଡୁଛନ୍ତି ତ ଆଉ କେଉଁଠି ବିରୋଧି ଦଳରେ ଥିବା କର୍ମୀ ଶାସକ ଦଳରେ ରହିଲେ ଅଧିକ ଫାଇଦା ମିଳିବ ଆଶାକରି ଦଳ ଛାଡୁଛନ୍ତି । ଏହି ଦଳଡିଆଁ ପର୍ବ ଏବେ ତିହିଡି ବ୍ଲକରେ ଯୋରଦାର ହେଉଛି । ଭଦ୍ରକ ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶୟଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ବହୁ କର୍ମୀ ଅନ୍ୟଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି । ପଞ୍ଚାୟତ ସଭାପତି ସୁରେନ୍ଦ୍ର ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁ ସେଠୀ, ସମିତିସଭ୍ୟ ଯଶୋବନ୍ତ ମଳିକ, ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନା, ଯୁବ ସଂଗଠକ ସୂର୍ଯ୍ୟବଂଶୀ ସୁରଜ, ରମେଶ ରାଉତ, ମନୋରଞ୍ଜନ ନାୟକ ଚନ୍ଦ୍ରମଣୀ ଖିଲାର, ବୁଦ୍ଧିରାମ ଖିଲାର, ଶରତ ଦାସ, ବୈଲୋଚନ ନାୟକଙ୍କ ଉପସ୍ଥିତିରେ ବିଚିତ୍ର ମଳିକ ଓ କୁଳମଣୀ ମଳିକଙ୍କ ନେତୃତ୍ୱରେ ଗଦାଧର ମଳିକ, ଅନନ୍ତ ମଳିକ, ଚୌତନ୍ୟ ମଳିକ, ଦୂର୍ଯ୍ୟେଧନ ମଳିକ, ମୁରଲୀ, ସୁରେନ୍ଦ୍ର, ପ୍ରଦୀପ, ପଦ୍ମଲୋଚନ ମଳିକ, ପ୍ରଭାତ ଦାସ, ଭାଗିରଥି ଦାସ, ରଞ୍ଜନ ଦାସ, ସୁକଦେବ ଦାସ, ମାଗୁଣି ମଳିକ, ରତିକାନ୍ତ ମଳିକ, ଦିଜ ମଳିକ, ରାଜେନ୍ଦ୍ର ମଳିକ, ରମେଶ ମଳକ, ଜଗବନ୍ଧୁ ଦାସ, ସଞ୍ଜୟ ଦାସ, ଦିପୁ ମଳିକ, ମୂଷା ମଳିକ, ରମେଶ ମଳିକ, ପଞ୍ଚାନନ ମଳିକ, ପିତାମ୍ବର ମଳିକ, ଜୟୀ ଦାସ, ମୂଷା ମଳିକ, ଦୁଃଶାସନ ମଳିକ, ନିରାକାର ମଳିକ, କାଶୀନାଥ ଖଟୁଆ ପ୍ରମୁଖ ଶତାଧିକ ଅନ୍ୟଦଳର କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ । ଦୀର୍ଘଦିନରୁ ଅବହେଳିତ ଥିବା ଉପାନ୍ତ ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ବିକାଶ ଧାରାରେ ସାମିଲ କରିବା ପାଇଁ କର୍ମୀମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଆଗାମୀ ଦିନରେ ବିଜେପି ସଂଗଠନକୁ ଆହୁରି ମଜବୁତ କରିବା ସହ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏହି ଯୋଗଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।