କଂଗ୍ରେସ ନେତା ଗାନ୍ଧି ଦାସଙ୍କ ପରଲୋକ ।

236

କଟକ(ଉତ୍କଳ ନିଉଜ)ତିହିଡ଼ି, ୦୯.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସାଟିଉଟି ଗ୍ରାମର ବରିଷ୍ଟ କଂଗ୍ରେସ ନେତା ତଥା ସମାଜସେବୀ ଗାନ୍ଧି ଦାସଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା । ହୃଦଘାତରେ ଗାନ୍ଧିଦାସଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ ସୋମବାର ସକାଳେ ଗାନ୍ଧି ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ତିହିଡ଼ି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଦୀପ୍ତ, ଆଦିତ୍ୟ ଓ ମନୋରଂଜନ ଏବଂ ଜ୍ୱାଇଁ ପ୍ରଦୀପ ଦାସ, ଝିଅ, ବୋହୂ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଗାନ୍ଧିଦାସ କଂଗେସ ଦଳର ଜଣେ ଟାଣୁଆ ନେତା ଥିଲେ । ୱାର୍ଡ଼ସଭ୍ୟ ଭାବେ ନିର୍ବାଚିତ ହେବା ପରେ କେବଳ ପଞ୍ଚାୟତ ନୁହଁ ବିଭିନ୍ନ ପଞ୍ଚାୟତରେ ରାଜନୀତିକ କ୍ଷେତ୍ରରେ ତାଙ୍କର ପରିଚୟ ବଢ଼ିଥିଲା । ଏ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମ୍ମ ସମ୍ମାନ ଦେଇଥାନ୍ତି । ମୃତ୍ୟୁ ପରେ ତାଙ୍କ ମରଶରୀରକୁ ବାସଭବନକୁ ଅଣାଯାଇଥିଲା । ତାଙ୍କର ଏପରି ଆକସ୍ମିକ ମୃତ୍ୟୁରେ ତିହିଡ଼ି ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଖବର ପାଇ ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ପ୍ରାକ୍ତନ ସରପଞ୍ଚ ମୀନକେତନ ସେନାପତି, ସୁରେନ୍ଦ୍ର ସାହୁ, ସେକ୍ ଅବଦୁଲା, ବରିଷ୍ଠ ବିଜେଡି ନେତା ହରିହର ସେନାପତି, ସରପଞ୍ଚ ବୈକୁଣ୍ଠ ନାଥ ପାଣି, ପ୍ରବୀର ନାୟକ, ଅନିରୁଦ୍ଧ ବାରିକ, ଜଗବନ୍ଧୁ ବାରିକ, ଭ୍ରମରବର ଦାସ, କପିଳେନ୍ଦ୍ର ବାରିକ, ସୁଧାକର ଜେନା, କୃତିବାସ ଦାସ, ସନାତନ ପରିଡ଼ା ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।