ମାଛ ବୋଝେଇ ଟାଟା ଏସିଇ ଧକ୍କାରେ ବୃଦ୍ଧା ମୃତ

269

କଟକ(ଉତ୍କଳ ନିଉଜ)ତିହିଡି, ୦୬.୧୧: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପୀରହାଟ ନୂଆ ବଜାରରେ ସୋମବାର ଅପରାହ୍ନରେ ଏକ ଟାଟା ମେଜିକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ମୃତା ହେଉଛନ୍ତି ସାହାପୁର ପଞ୍ଚାୟ ଜାଫରାବାଦ ଗାଁର ସୂଦର୍ଶନ ମଲ୍ଲିକଙ୍କ ସ୍ତ୍ରୀ ବାସନ୍ତୀ ମଲ୍ଲିକ(୬୦)ା ବାସନ୍ତୀ ପୀରହାଟ ବ୍ୟାଙ୍କରୁ କାମ ସାରି ଘରକୁ ଫେରିବା ସମୟରେ ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ ଟାଟା ଏସିଇ ତାଙ୍କୁ ଧକ୍କା ଦେଇଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ଦମକଳ ବାହିନୀ ସାହାଯ୍ୟରେ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୀରହାଟ ପୋଲିସ ଦୁର୍ଘଟଣା କରିଥିବା ଗାଡିକୁ ଓ ଚାଳକଙ୍କୁ ଅଟକ ରଖିବା ସହିତ ଶବକୁ ଜବତ୍ କରି ଅଧିକ ତଦନ୍ତ ଚଳାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉ,ଜ।