ଚାନ୍ଦବାଲି ଏନଏସିରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ପ୍ରତିବାଦରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

152

କଟକ(ଉତ୍କଳ ନିଉଜ)ତିହିଡି, ୦୭/୧୧ - ରାଜ୍ୟ ସରକାରଙ୍କ ଙ୍କ ନିର୍ଦେଶରେ ଆଉ କେହି ରହିବେନି କଚ୍ଚା ଘରେ, ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କାଘର। ମାତ୍ର ତାହାର ବାସ୍ତବତାକୁ ଫୁ କରି ଉଡ଼େଇ ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଧିକାରୀ। ଯୋଗ୍ଯ ମାନଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ସାମିଲ କରି ଯୋଜନାର ସଫଳ ରୂପାୟନ କରୁଥିବା ଅଭିଯୋଗ କରିଛି ବିଜେପି। ଯୋଗ୍ୟ ହେଉ କିମ୍ଭା ଅଯୋଗ୍ୟ ଯିଏ ଶାସକ ଦଳର କର୍ମୀ ସେମାନଙ୍କୁ ମିଳୁଛି ଆବାସ ଯୋଜନାରେ ଘର। ଏନଏସି କର୍ତ୍ତୃପକ୍ଷ କିଛି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଦଳୀୟ କର୍ମୀଙ୍କୁ ଘର ପ୍ରଦାନ କରିଥିବା ନେଇ ବିରୋଧ କରି ବିଜେପି ଦଳ ଉଚ୍ଚ ନ୍ୟାୟଳୟରେ ଆବେଦେନ କରିଥିଲେ। ଏଥିନେଇ ମାନ୍ୟବର ହାଇକୋର୍ଟ ପକ୍ଷରୁ ବାସ୍ତବ ତଦନ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ୭ ଦିନ ମଧ୍ୟରେ ଘର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ। ଜିଲ୍ଲାପାଳ ଏହାକୁ କାର୍ଯ୍ୟକାରୀ କରିବାକୁ ଏନଏସି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ୭ ସପ୍ତାହ ପରେ ଏହାର ତଦନ୍ତ ହୋଇ ପାରିଲା ନାହିଁ । ଏଥିସହ ଶାସକ ଦଳ ପକ୍ଷରୁ କୋର୍ଟକୁ ଡ଼ାଲ କରି ବିଜେପି କାର୍ଯ୍ୟରେ ପ୍ରତିବନ୍ଧକ ପାଇଁ ଲୋକେ ଘର କରିବାର ୬ ମାସ ପରେ ମଧ୍ୟ ଟଙ୍କା ପାଇପାରୁ ନାହଁନ୍ତି ବୋଲି ଯେଉଁ ଅପପ୍ରଚାର କରୁଛନ୍ତି ତାହାକୁ ବିଜେପି ନିନ୍ଦା କରିବା ସହ ଏହି ଘଟଣାରେ ଶାସକ ଦଳ ତଦନ୍ତରେ ହସ୍ତକ୍ଷେପ କରି କାର୍ଯ୍ୟାଦେଶକୁ ବାଟବଣା କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ଉପ ସଭାପତି କମଳାକାନ୍ତ ସୂତାର, ଏନଏସି ଯୁବନେତା ସରୋଜ ବଳ, ଅରଜିତ ପଣ୍ଡା, ବିଷ୍ଣୁ ଦାସ ଓ ବୁନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।