କାଁପଡାରେ ସାର୍ବଜନୀନ କାଳୀପୂଜା ପାଳିତ।

125

କଟକ(ଉତ୍କଳ ନିଉଜ)ତିହିଡ଼ି, ୭ା୧୧ - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କାଁପଡା ପଞ୍ଚାୟତରେ ସାର୍ବଜନୀନ କାଳୀପୂଜା କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଉଛି ।ଏହି କାଳୀପୂଜା ୭ଦିନ ଧରି ଚାଲିବ । ମା କାଳୀଙ୍କ କଳସ ବୁଡାଯାଇ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି ।ଏହି ପୂଜାରେ କର୍ତ୍ତାଭାବେ ତରଣୀ ସେନ ମଳିକ କାର୍ଯ୍ୟ ତୁଲାଇ ଥିବାବେଳେ ପୂଜକ ରୂପେ ଭାବଗ୍ରାହୀ ଆଚାର୍ଯ୍ୟଙ୍କ ସହ ସୀତା ରାମ ପଣ୍ଡିତ ମା ଙ୍କ ପୂଜା ପାଠ କରିଥିଲେ । ସୂଚନାଯୋଗ୍ୟ ଯେ, ଏଠାରେ କାଳି ପୂଜା ୨୦୧୯ ମସିହାରୁ ପଞ୍ଚାୟତ ବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ହୋଇ ଆସୁଅଛି । ପୂଜାକମିଟି ସଭାପତି ଶରତ ଦାସ, ସମ୍ପାଦକ ଉତ୍ତମ କୁମାର ଦାସ, କୋଷାଧ୍ୟକ୍ଷ ସନ୍ଦୀପ କୁମାର ଦାସ ଓ ସୁଶାନ୍ତ କୁମାର ଦାସ, ସଦସ୍ୟ ଦେବବ୍ରତ ଦାସ, କୁଳମଣି ଦାସ, ରଞ୍ଜିତ କୁମାର ଦାସ, ଉପାସି ମଳିକ, ନିର୍ମଳ ଦାସ, ଅକ୍ଷୟ ଦାସ,ଦିଲୀପ ଦାସ,ଅନୀଲ ଦାସ,ଅକ୍ଷୟ ମଳିକ,ରମେଶ ଦାସ, ବାସୁଦେବ ଦାସ,ରମାକାନ୍ତ ଦାସ ଓ ଗୋପାଳ ଦାସ ପ୍ରମୁଖ କାଳୀ ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେଥିପାଇଁ ଯତ୍ନବାନ ହୋଇ କାର୍ଯ୍ୟତୁଲାଉ ଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ୍ ଉତ୍କଳ ନିଉଜ।