ରାଜୁ ଓ ମୁକ୍ତିଙ୍କ ପାଇଁ ୧୩ ପଞ୍ଚାୟତରେ ପ୍ରାର୍ôଥ ଚୟନ ବାଧାପ୍ରାପ୍ତ

378

କଟକ (ଉତ୍କଳ ନିୟୁଜ୍)ତିହିଡି, ୦୬.୧୧: ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଗୁଲ୍ ବାଜି ଯାଇଛି । ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧି ଦଳଙ୍କ ସମେତ ନିୟମିତଭାବେ ପରାଜୟ ବରଣ କରୁଥିବା ଦଳ ମଧ୍ୟ ଦଳ ମଧ୍ୟ ବିଗତ ମାସେ ହେଲା ସଜବାଜ ହେଲେଣି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କେତେକ ନେତା ଆପଣାଛାଏଁ ଚିତପଟାଙ୍ଗ ମାରିଥିବା ବେଳେ ନୂଆ କରି ନେତା ହେବାର ସ୍ୱପ୍ନ ନେଇ ଆଗକୁ ଆସିଲେଣି ଅନେକ ଯୁବ ପୀଢି । କ୍ଷମତା ହାତେଇବା ଲୋଭରେ ରାଜ୍ୟ ବାହାରୁ ହେଉ ଅଥବା ଦେଶ ବାହାରେ ରହୁଥିବା ଲୋକେ ବି ନେତା ହେବାର ସ୍ୱପ୍ନକୁ ସାକାର କରିବାକୁ ଲାଗି ପଡିଲେଣି । ଲୋକଙ୍କ ସହିତ ସହଭାଗିତା ହେବା ସହିତ ଦଳୀୟ ଛାପା ରହିଲେ ନିର୍ବାଚନ ବୈତରଣୀ ପାର ହେବା ସୁନିଶ୍ଚିତ ନ୍ୟାୟରେ ଅନିଚ୍ଛା ସତ୍ୱେ ମଧ୍ୟ ଏବେଠାରୁ ସାହିପଡିଶା ଓ ପଞ୍ଚାୟତବାସୀଙ୍କ ସହିତ ସୁସମ୍ପର୍କ ରଖିବା ଆରମ୍ଭ କରିଲେଣି । ମିନି ସଚ୍ଚିବାଳୟର ନେତା ହେବା ସହିତ ବାର୍ଷିକ ୬୦ରୁ ୮୦ ଲକ୍ଷ ଟଙ୍କା ବିନିଯୋଗ କରିବାର ନିଶା ଘାରିଛି । ଯାହାକୁ ନେଇ ଗାଁ ଗଣ୍ଡାରେ ବେଶ ଚର୍ଚ୍ଚା ଚାଲିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକଟି ୩ଟି ନିର୍ବାଚନ ମଣ୍ଡଳୀରେ ଅର୍ନ୍ତଭୁକ୍ତ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଏହି ବ୍ଲକର ୯ଟି ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତ ରହିଥିବା ବେଳେ ଧାମନଗର ନିିର୍ବାଚନ ମଣ୍ଡଳୀରେ ୧୩ଟି ପଞ୍ଚାୟତ ରହିଛି । ଆଶାୟୀ ପ୍ରାର୍ଥିଙ୍କ ଚୟନ କ୍ଷେତ୍ରରେ ବିଧାୟକଙ୍କ ପ୍ରମୁଖ ଭୂମିକା ରହିଛି । ତେବେ ଧାମନଗର ବିଧାୟକ ଅନ୍ୟ ଦଳର ହୋଇଥିବାରୁ ବିଜୁ ଜନତା ଦଳର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଚୟନରେ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରୁନଥିବା ଶୁଣିବାକୁ ମିଳୁଛି । ମାତ୍ର ୨ ପୂର୍ବତନ ବିଧାୟକ ରାଜୁ ଓ ମୁକ୍ତି ପାଇଁ ଏହି ୧୩ ପଞ୍ଚାୟତର ଆଶାୟୀ ପ୍ରାର୍ôଥଙ୍କ ଚୟନ କ୍ଷେତ୍ରରେ ବିଳମ୍ବ ହେଉଥିବା ମଧ୍ୟ କୁହାଯାଉଛି । ଉଭୟ ନେତା ଦଳର ବିଜୟ ଲାଗି ଏକ ସମାନ୍ତରାଳ ଗତିରେ ଯାଉଥିବା ବେଳେ ଆଶାୟୀ ପ୍ରାର୍ଥିମାନେ ସଂପ୍ରତି ଦ୍ୱନ୍ଦରେ ପଡି ଯାଇଛନ୍ତି । ବିଶେଷ କରି ଉଭୟ ନେତାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ପୃଥକ ପୃଥକ ପ୍ରତିଶୃତି ମଧ୍ୟ ଆଶାୟୀମାନଙ୍କୁ ନିରାଶ କରିବାରେ ଲାଗିଛି । ସେମାନେ ସମସ୍ତେ ବିଜୁ ଜନତା ଦଳର ପରିବାର ହୋଇଥିଲେ ହେଁ କିଏ ଦଳୀୟ ସମର୍ଥନ ପାଇବ ସେନେଇ କୌଣସି ବିଧିବଦ୍ଧ ନିଷ୍ପତି ନିଆଯାଉନଥିବା ବେଳେ ଆଶାୟୀମାନଙ୍କ ଚିଠାକୁ ନେଇ ଦଳୀୟ ସ୍ତରରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ନିଷ୍ପତି ନେବେ ବୋଲି ମଧ୍ୟ ଶୁଣାଯାଉଛି । ଏପରିସ୍ଥଳେ ଡ. ରାୟ ଏହି ରାଜୁ ଓ ମୁକ୍ତିଙ୍କ ବିବାଦକୁ କିପରିଭାବେ ମେଣ୍ଟାଇ ଦଳକୁ ବିଜୟର ସ୍ୱାଦ ଚଖେଇବେ ସେନେଇ ମଧ୍ୟ ଆଲୋଚନା ଜାରି ରହିଛି । ଗତ ନିର୍ବାଚନରେ ଏହି ୧୩ ପଞ୍ଚାୟତର ୬ ଓ ୭ ନମ୍ବର ଜୋନ୍ ୨ଟି ଯାକ ଜିଲ୍ଲା ପରିଷଦ ସଭ୍ୟ ପଦ ବିଜେଡିରେ ହାତରେ ରହିଥିବା ବେଳେ ୧୦ଟି ସରପଞ୍ଚ ପଦବୀ ସମେତ ୧୧ଟି ସମିତି ସଭ୍ୟ ପଦବୀ ହାତେଇଥିଲା । ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେଡି ପରାଜୟ ସ୍ୱିକାର କରିଥିଲେ ହେଁ ଏହି ୧୩ ପଞ୍ଚାୟତରୁ ବିଜେଡି ଅଧିକ ଭୋଟ୍ ଅକ୍ତିଆର କରିଥିଲା । ସେହି ମର୍ମରେ ଚଳିତ ନିର୍ବାଚନରେ ବିଜେଡି ଅଧିକରୁ ଅଧିକ ଭୋଟ ହାତେଇବା ସହିତ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାର ଲକ୍ଷ୍ୟ ରଖିଛି ବିଜେଡି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।