ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ହେଲେ ଉମାକାନ୍ତ

215

କଟକ (ଉତ୍କଳ ନିୟୁଜ୍)ତିହିଡି, ୦୬.୧୧: ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ହେଲେ ଉମାକାନ୍ତ ଦାସ । ଶ୍ରୀ ଦାସଙ୍କୁ ମନୋନୀତ କରାଯାଇଥିବା ନେଇ ଗତ ୦୩.୧୧.୨୧ରିଖରେ ରାଜ୍ୟ ବିଜେପି ମିଡିଆ ସେଲ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି । ଶ୍ରୀ ଦାସ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଥିଲେ । ଏଥିସହ ସେ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ, ଏବିଭିପି ସଂଗଠନ ସହ ଜଡିତ ହୋଇ ଛାତ୍ର ଜୀବନର ରାଜନେତା ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହ ବିଜେପିର ମଣ୍ଡଳ ସଭାପତି, ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାବ୍ୟତିତ ଶ୍ରୀ ଦାସ ସାମାଜିକ ସଚେତନତା ମୂଳକ କାର୍ଯ୍ୟକରି ଦଳୀୟ ସ୍ଥିତିକୁ ମଜବୁତ୍ କରି ପାରିଛନ୍ତି । ଜଣେ ଦକ୍ଷ ସଂଗଠକଭାବେ ଶ୍ରୀ ଦାସଙ୍କୁ ରାଜ୍ୟ କମିଟି ପକ୍ଷରୁ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ ମୋନନୀତ କରାଯାଇଥିବାରୁ ଶ୍ରୀ ଦାସଙ୍କୁ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଶ୍ରୀ ଦାସ ଏଥିପାଇଁ ରାଜ୍ୟ ସଭାପତି ସମିର ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚାର ସୁରଥ ବିଶ୍ୱାଳ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ତଥା ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ କତଜ୍ଞତା ଜ୍ଞାପନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।