ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଜେଡିର ସମରାଭ୍ଯାସ,

225

କଟକ(ଉତ୍କଳ ନିୟୁଜ୍)ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଜେଡିର ସମରାଭ୍ଯାସ ଆରମ୍ଭ ହୋଇ ଯାଇଛି। ଘଣ୍ଟେଶ୍ୱର ଅଞ୍ଚଳରେ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ୫୦ରୁ ଉର୍ଦ୍ଧ ପରିବାର ସାମିଲ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ କାର୍ଯ୍ୟ ଶୈଳୀ ଉପରେ ଆସ୍ଥାଭାଜନ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି। ତୋଟାପଡା ପଞ୍ଚାୟତ ଅଧିନ ଗଙ୍ଗାଧରପୁର ପାଟଣାରେ ବରିଷ୍ଠ ବିଜେପି ନେତା ଗଗନ ବିହାରୀ ଦାସଙ୍କ ସମେତ ୨୦ ପରିବାର ପରିବାର ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଜଣାଯାଇଛି। ସେହିପରି ବଜରାପୁର ପଞ୍ଚାୟତ ଅଧିନ ଷଣ୍ଢଗଡା ଗ୍ରାମରେ ସଚିତ୍ର ବେହେରାଙ୍କ ନେତୃତ୍ଵରେ ୩୦ରୁ ଊର୍ଦ୍ଧ୍ବ ପରିବାର ବିଜେଡିରେ ଯୋଗଦାନ କରିଥିବା ସୂଚନା ମିଳିଛି। ଉଭୟ ସ୍ଥାନରେ ୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ଯ ବିବେକାନନ୍ଦ ଦିକ୍ଷୀତଙ୍କ ପୌରୋହିତ୍ୟରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ ମୁଖ୍ଯ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଯୋଗଦେଇ ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ ରଞ୍ଜନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ପ୍ରିନ୍ସ ରାକେଶ ନାୟକ ପ୍ରମୁଖ ଯୋଗଦେଇ ବିଜେଡି ଶାସନର ସଫଳତା ସମ୍ପର୍କରେ ବକ୍ତବ୍ଯ ରଖିଥିଲେ। ଖଗେଶ୍ୱର ବେହେରା, ପ୍ରଭାତ ସାହୁ, ରଘୁନାଥ ସାହୁ, ରାହୁଲ ସାହୁ, ରାଧାଶ୍ୟାମ ଦାସ, ବିପିନ ବିଶ୍ୱାଳ, ମଣ୍ଟୁ ମହାନ୍ତି, ଲୁଲୁ ଧର, ଲକ୍ଷ୍ମନ ସାହୁ, ନିଧି ସାହୁ, ଭରତ ସେଠୀ, ସଞ୍ଜୟ ନାଥ, ଶଙ୍କର୍ଷଣ ଦଲେଇ, ସୁନୀଲ ବଳ, ପପୁ ବିଶ୍ଵାଳ ଓ ଲକ୍ଷ୍ମୀଧର ବଳ ପ୍ରମୁଖ ନବାଗତ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମି ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିରୋଧିଙ୍କୁ କଡ୍ଡା ଜବାବ ଦେବାକୁ ପରାମର୍ଶ ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।