ପୁଣି ଖାକିରେ ଲାଗିଲା କଳଙ୍କ, ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ନାୟକାଣିଡିହି ଥାନାର ଏଏସଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ।

318

କଟକ(ଉତ୍କଳ ନିୟୁଜ୍)ତିହିଡି- ପୁଣି ଖାକିରେ ଲାଗିଲା କଳଙ୍କ, ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ନାୟକାଣିଡିହି ଥାନାର ଏଏସଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ। ଏହି ଘଟଣା ଯେ ପୁଲିସ ଜାତିକୁ କଳଙ୍କିତ କରିଛି ତାହା ନୁହେଁ ବରଂ ମୋ ସରକାରକୁ ଶକ୍ତ ଚାପୁଡା ମାରିଛି। ଜନୈକା ନାବାଳିକା ଅପହରଣ ଘଟଣାରେ ଏହି ପୁଲିସି ବାବୁ ଜଣକ ପୂର୍ବରୁ ଦୁଇଟି କିସ୍ତିରେ ୭ ହଜାର ୫ ଶହ ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ସଂଧ୍ଯରେ ପୂନଶ୍ଚ ୨ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ଏହି ପୁଲିସ ବାବୁଙ୍କୁ ଖାପକିନା ମାଡି ବସିଥିଲା। ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆ ଯାଇଥିବା ଜଣା ଯାଇଛି। ଜନେକା ନାବାଳିକା ଅପହରଣ ହୋଇଥିବା ନେଇ ଗତ ସେପ୍ଟେମ୍ବର ମାସରେ ନାବାଳିକାର ପିତା ସ୍ଥାନୀୟ ଖାଣ୍ଟଖୁଆଡ ଗାଁର ଯୁଧିଷ୍ଠିର ମଳିକ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ଆନ୍ଧ୍ର ପ୍ରଦେଶରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣକାରୀକୁ ଗିରଫ କରିଥିଲା। କିଛିଦିନ ତଳେ ଅଭିଯୁକ୍ତ ବେଲରେ ଆସିବା ପରେ ଅନ୍ଯ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ନାବାଳିକାର ପିତା ଏହି ପୁଲିସ ବାବୁଙ୍କ ନିକଟରେ ଦାବି କରିଥିଲେ। ଯାହାକୁ ନେଇ ଏପରି ଲାଞ୍ଚ କାରବାର ହୋଇଥିବା ସୂଚନା ମିଳିଛି। ଏଠାରେ ସୂଚନା ଥାଉକି, ୨ ବର୍ଷ ତଳେ ଏହି ପୋଲିସ ଏଏସଆଇ ଘଣ୍ଟେଶ୍ୱର ଫାଣ୍ଡିର ଫାଣ୍ଡି ଅଧିକାରୀ ଥିବାବେଳେ ଚୋରା କୋଇଲା କାରବାର ଓ ସେଥିରୁ ଆସୁଥିବା ଲାଞ୍ଚ ଟଙ୍କାର ଭାଗ ବଣ୍ଟାକୁ ନେଇ ସେହି ଫାଣ୍ଡିର ଜଣେ କନେଷ୍ଟବଳ ସହିତ ଗାଳିଗୁଲଜ, ଆକ୍ରମଣ ଓ ପ୍ରତିଆକ୍ରମଣ ଉଦ୍ୟମ ଘଟଣାରେ ତାଙ୍କର ରାତି ଅଧିଆ ବଦଳି ହୋଇଥିଲା। ଆଜି ପୁଣି ଏହି ଲାଞ୍ଚ ନେବା ଘଟଣା ଏହି ପୁଲିସ ବାବୁଙ୍କ ଚରିତ୍ର ଉପରେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି। ଭିଜିଲାନ୍ସ ଜାଲରୁ ମୁକୁଳିବା ପରେ ବିଭାଗ ପକ୍ଷରୁ ତାଙ୍କ ପ୍ରତି କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।