କରୋନା କଟକଣାରେ ପୂଜା ପାଉଛନ୍ତି ମା କାଳୀ।

199

ଆଙ୍କର: କରୋନା କଟକଣା ମଧ୍ୟରେ ମା କାଳୀଙ୍କ ପୂଜା ପରମ୍ପରା ପାଳନ କରା ଯାଇଛି । ଏନେଇ ପ୍ରଶାସନିକ ସ୍ତରରେ ମଧ ହୁଇପ୍‌ ଜାରି କରାଯାଇଛି। କଟକଣା ରଙ୍ଗ ବେରଙ୍ଗର ସାଜସଜ୍ଜା ସହିତ ଉଜ୍ଜଳ ଆଲୋକ ମାଳା, ଭଜନ ସଂଧ୍ୟା, ପାଲା, ଦାସକାଠିଆ ଓ ଅପେରା ଠାରୁ ଦୂରେଇ ରହିଛି ପୂଜା କମିଟି । ଏହି ପୂଜା ସାତଦିନ ଧରି ଚାଲିବ । ସାତ ଦିନ ଧରି ପର୍ଯ୍ୟାୟକ୍ରମେ ମା’କାଳୀ ତାରା, ଷୋଡଶୀ, ଭୁବନେଶ୍ୱରୀ , ଭୈରବୀ , ଛିନ୍ନମସ୍ତା, ଧୂମାବତୀ, ବଗଲା, ମାତଙ୍ଗୀ ଓ କମଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଉଦ୍ଦିପନା ଭରି ଯାଇଛି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସର୍ବ ପୂରାତନ ଦେବୀପୀଠ କାଳୀମେଘା ଗ୍ରାମର ମା’ ଦକ୍ଷିଣେଶ୍ୱର କାଳୀଙ୍କର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି । ୩ ଶହ ବର୍ଷରୁ ଉର୍ଦ୍ଧ ଧରି ଏଠାରେ ପୂଜା ପାଳିତ ହୋଇ ଆସୁଅଛି । ମା’ଙ୍କ ନାମ ଏବଂ ମେଘ ରଙ୍ଗର ରୁପକୁ ନେଇ ଗ୍ରାମର ନାମ ରହିଛି କାଳିମେଘା। ଏଠାରେ ଛାଗ ବଳି ପରମ୍ପରା ରହିଥିବା ବେଳେ ବିଭିନ୍ନ ସମୟରେ ବିରୋଧଭାଷ ଓ କରୋନା କଟକଣାରେ ଗତବର୍ଷ ଠାରୁ ବନ୍ଦ କରାଯାଇଥିବା କୁହାଯାଇଛି ।

୧୯୪୫ ମସିହାରୁ ତିହିଡିରେ ଶ୍ୟାମାକାଳୀ ପୂଜା ପାଳିତ ହୋଇ ଆସୁଅଛି । କରୋନା କଟକଣାରେ ମୂର୍ତ୍ତୀର ଉଚ୍ଚତା ଉପରେ ରୋକ ଲଗାଯାଇଛି । ସେହିପରି ପୀରହାଟ ପୁରୁଣା ବଜାରରେ ଶ୍ୟାମାକାଳୀ ପୂଜା ପାଳିତ ହେଉଅଛି ।

ଏଠାରେ ଛାଗ ବଳି ପ୍ରଥା ପ୍ରଚଳନ ନଥିବା ବେଳେ ଆମିଷ ଭୋଗ ଲାଗିଥାଏ । ପୀରହାଟ ମଝିବଜାରରେ ବଲାଇ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ବିଗତ ୫୨ ବର୍ଷ ଧରି କାଳୀପୂଜା ପାଳିତ ହେଉଅଛି । ବହୁ ଦୂର ଦୁରନ୍ତାରୁ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ମାନସିକ ପୂରଣ କରିଥାନ୍ତି । କମିଟି ପକ୍ଷରୁ ବ୍ୟାପକ ବ୍ଯବସ୍ଥା କରାଯାଇଥିବା ପରିଲକ୍ଷିତ ହୋଇଛି। ତିହିଡି ରୁ ସଞ୍ଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |