ମମିତା ମେହେର ହତ୍ୟା କୁ ନେଇ ରାଜନୀତି ସରଗରମ ।

100

କଟକ(ଉତ୍କଳ ନିଉଜ୍।)ତିହିଡି, ୩୦.୧୦: ଶିକ୍ଷୟତ୍ରିୀ ମମିତା ମେହେର ମମିତା ମେହେର ହତ୍ୟାଙ୍କୁ ନେଇ ରାଜନୀତି ସରଗରମ । ହତ୍ୟା ଘଟଣାର ନିରପେକ୍ଷ ଦଦନ୍ତ ଓ ମୃତାଙ୍କ ପରିବାରକୁ ନ୍ୟାୟ ଦାବିରେ ଶନିବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଭଦ୍ର୍ରକ ଜିଲାବ୍ୟାପି ବନ୍ଦ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା । ଶୁକ୍ରବାର ଦଳ ପକ୍ଷରୁ ଡାକବାଜି ମାଧ୍ୟମରେ ଲୋକମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରାଯାଇଥିଲା । ଶନିବାର ସକାଳୁ ବ୍ଲକର ବିଭିନ୍ନ ବଜାରରେ ବହୁ ବ୍ୟବସାୟୀ ନିଜ ନିଜର ପ୍ରତିଷ୍ଠାନ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା । ବିଜେପିର କର୍ମକର୍ତ୍ତାମାନେ ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି, ନନ୍ଦପୁର, ତିହିଡ଼ି, କମାରିଆ, ବିନ୍ଧାଛକ, ପୀରହାଟ ଏବଂ ଗଦି ବଜାର ଠାରେ ବନ୍ଦ ପାଳନ କରିଥିଲେ । ଗାଡ଼ି ମୋଟର ବନ୍ଦ କରିବା ସହ ପିକେଟିଂ କରି ସ୍କୁଲ, କଲେଜ, ବ୍ୟାଙ୍କ, ବ୍ଲକ, ତହସିଲ, ସବ୍‌ରେଜିଷ୍ଟ୍ରାର ଅଫିସ୍‌, ଟ୍ରେଜେରି, ପେଟ୍ରୋଲ ପମ୍ପ ସମେତ ଦୋକାନ ବଜାର ବନ୍ଦ କରିଥିଲେ । ବିଜେପିର କର୍ମକର୍ତ୍ତାମାନେ ପଥଚାରୀଙ୍କୁ ରାଜ୍ୟରେ ବିଜେଡି ସରକାରଙ୍କ ସମୟର ମମିତା ମେହେର, ବେବିନା, ଇତିଶ୍ରୀ, ମାଧବୀଲତା, ସ୍ମିତାରାଣୀ ଓ କୁନି ଝିଅ ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ନ୍ୟାୟ ଦେବା ନେଇ ବିଜେପି ପକ୍ଷରୁ କରାଯାଉଥିବା ଏହି ଆନ୍ଦୋଳନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ତିହିଡ଼ି ଠାରେ ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ ବଳଙ୍କ ନେତୃତ୍ୱରେ ଦୁର୍ଗା ଚରଣ ନାୟକ, ରଘୁନାଥ ପାତ୍ର, ପଞ୍ଚାନନ ନାୟକ, ପ୍ରତାପ ଜେନା, ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଓ ଝରଣା ଜେନା, ସମିତି ସଭ୍ୟ ଶୁଭ୍ରନାରାୟଣ ସେଠୀ, ସୀତାକାନ୍ତ ନାୟକ, ରାଜକିଶୋର ନାୟକ, କେଶବ ବେହେରା, ଦେବବ୍ରତ ପାଢ଼ୀ, ଅଜୟ ମହାପାତ୍ର, ସୁବାସ ମଳିକ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ । ସେହପରି ଦୋଳସାହିରେ କାନ୍ତକବି ମଣ୍ଡଳ ସଭାପତି ତପନ ପାଢ଼ୀଙ୍କ ନେତୃତ୍ୱରେ ଭରତ ସାହୁ, ସୁଶାନ୍ତ ସେଠୀ, ଦିଲୀପ ବେହେରା, ଅଭିମନ୍ୟୁ ମହାନ୍ତି, ଭାଗିରଥି ବୈୟାରୀ, ଶଙ୍କର୍ଷଣ ମଳିକ, ପୁଷ୍ପକାନ୍ତ ନାୟକ, ରତିକାନ୍ତ ନାଥ ଓ ଭବାନ ଶଙ୍କର ଜେନା, ନନ୍ଦପୁର ବଜାରରେ ସୌମ୍ୟ ରଂଜନ ଭୋଇ, କ୍ଷୀରୋଦ ସାମନ୍ତରାୟ, ସୁରେଶ ମଲ୍ଲିକ, ଗୋପୀନାଥ ସେଠୀ, କମାରିଆ ଓ ବିନ୍ଧା ବାଜାରରେ ଦେବେନ୍ଦ୍ର ମହାନ୍ତି, ବିଚିତ୍ର ବାରିକ, ବିଜୟ ବଳ, ବଜାରରେ ବୁଦ୍ଧିରାମ ସେଠୀ,ନାରାୟଣ ବାରିକ, ଲିପୁ ନାୟକ, ପଞ୍ଚୁଆ ଦାସ, ଅରୁଣ ବଳ, ଶ୍ୟାମସୁନ୍ଦର ଦାସ, ଅଖୁଜା ନାୟକ, କମଳାକାନ୍ତ ନାୟକ, ପୀରହାଟ ଓ ଗଦି ବଜାରରେ ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ରାଜାରାମ ମହାକୁଡ଼ଙ୍କ ନେତୃତ୍ୱରେ ମାନସ ରଂଜନ ନାୟକ, ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ମୃତ୍ୟୁଞ୍ଜୟ ବଳ, ଜୟବାଙ୍ଗଲା ବେହେରା, ସୁବାସ ମୁଦୁଲି, ରାମଚନ୍ଦ୍ର ଦାଶ, ଜୟରାମ ମୁଦୁଲି, ରଂଜନ ମହାନ୍ତି, ମହେନ୍ଦ୍ର ପାଢ଼ୀ, ମନୋରଂଜନ ବଳ, ଶ୍ରୀଧର ତରାଇ ପ୍ରମୁଖ ଶତାଧିକ ନେତା ଓ କର୍ମୀମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ୍।