ସମବାୟ ସମିତି ପକ୍ଷରୁ ମୃତକ ପରିବାରକୁ ବୀମା ରାଶି ପ୍ରଦାନ

262

କଟକ(ଉତ୍କଳ ନିଉଜ୍)ତିହିଡି, ୩୦.୧୦: ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ମୃତକ ପରିବାରକୁ ୫ଲକ୍ଷ ଟଙ୍କାର ବୀମା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି । ନରେନ୍ଦ୍ରପୁର ଗ୍ରାମର ଚାଷୀ ବଂଶୀଧର ସାମଲ ସେବା ସମବାୟ ସମିତିରୁ ଋଣ ନେଇଥିଲେ । ଏହି ଋଣ ନେବା ସମୟରେ ସମିତିର ନିୟମ ମୁତାବକ ବୀମା ପ୍ରିମିୟମ ୧୯୯ ଟଙ୍କା ପୈଠ କରି ବୀମଭୁକ୍ତ ହୋଇଥିଲେ । ଗତ ତା୧୭.୦୧.୨୦ରିଖରେ ବଂଶୀଧର ଭଦ୍ରକ-ଧାମରା ରେଳପଥରେ ଏକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ପରେ ପରିବାର ପକ୍ଷରୁ ବୀମା ରାଶି ପ୍ରଦାନ କରିବାକୁ ସମବାୟ ସମିତିରେ ଆବେଦନ କରିଥିଲେ । ତେବେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ବୀମା କମ୍ପାନୀକୁ ଜଣାଇବା ପରେ ଏହି ମୃତ ଚାଷୀ ପରିବାରକୁ ବୀମାରାଶି ମଞ୍ଜୁର କରାଯାଇଥିଲା । ଶନିବାର ସମବାୟ ବ୍ୟାଙ୍କ ପରିସରରେ ମୃତ ଚାଷୀଙ୍କ ପୁତ୍ର ରଂଜନ କୁମାର ସାମଲଙ୍କୁ ୫ଲକ୍ଷ ଟଙ୍କାର ବୀମାରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଏହି ଚେକ୍ ପ୍ରଦାନ କରିଥିବା ବେଳେ ନରେନ୍ଦ୍ରପୁର ସମବାୟ ସମିତି ସମ୍ପାଦକ ମାୟାଧର ବେହେରା, ସୁପର ଭାଇଜର ସୁରେନ୍ଦ୍ର କୁମାର ସାହୁ, ସହପରିଚାଳକ ଅଶୋକ କୁମାର ମଲିକ, ଶେଷଦେବ ମଲିକ, ସୂଚିସ୍ମିତା ପଣ୍ଡା, ସମ୍ପାଦକ ଶେଷଦେବ ପରିଡ଼ା, ସଂଜୟ କୁମାର ନାୟକ, ଶଙ୍କର୍ଷଣ ଜେନା, ଅମରେନ୍ଦ୍ର ନାୟକ, ଅଚ୍ୟୁତାନନ୍ଦ ମହାନ୍ତି, ସହସମ୍ପାଦକ ସୁଜିତ୍ କୁମାର ନାୟକ, ଅମିତାବାଳା ପାଣିଗ୍ରାହୀ, କୁମାରେଶ ପରିଡ଼ା, ଶ୍ରୁତିଧର ରଣା, ଭବେଶ ଧଳ, ବଟକୃଷ୍ଣ ଜେନା, ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ୍।