୧୩ ଦଫା ଦାବି ନମାନିଲେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ଦେଲା ଡ୍ରାଇଭର ମହାସଂଘ।

251

କଟକ(ଉତ୍କଳ ନିଉଜ୍)୧୩ ଦଫା ଦାବି ନମାନିଲେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ଦେଲା ଡ୍ରାଇଭର ମହାସଂଘ। ଏହି ଦାବି ଉପସ୍ଥାପନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି ଡ୍ରାଇଭରମାନେ। ଯଦି ଦାବି ପୂରଣ ନହୁଏ ତେବେ ପଞ୍ଚାୟତ ନିର୍ବାଚନ ସମୟରେ ଷ୍ଟେୟରିଂ ଛାଡ଼ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ମଧ୍ଯ ଚେତାବନି ଦିଆ ଯାଇଛି। ଓଡିଶା ଡ୍ରାଇଭର ମହାସଂଘର ଭଦ୍ରକ ଜିଲ୍ଲା ଶାଖା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦିଆ ଯାଇଛି। ତେବେ ୧୩ ଦଫା ଦାବି ନେଇ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଆସୁଥିବା ଡ୍ରାଇଭରଙ୍କ ପଦଯାତ୍ରାରେ ଭଦ୍ରକ ଜିଲ୍ଲାର ଡ୍ରାଇଭରମାନେ ପଦଯାତ୍ରା କରି ମଙ୍ଗୁଳି ଠାରେ ଯୋଗ ଦେବେ । ତେବେ ଏହି ଦାବି ନେଇ ନବୀନ ନିବାସ ଯିବେ ଡ୍ରାଇଭରମାନେ । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନ କରିବା ସହ ନିର୍ବାଚନରେ ସହଯୋଗ କରିବେ ନାହିଁ ବୋଲି ଚରମ ଚେତାବନୀ ଦେଇ ଥିବା ଜଣାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।