ବୃଦ୍ଧା ନିଖୋଜ, ପତ୍ତା ମିଳିଲେ ଖବର ଦେବାକୁ ନିବେଦନ କଲେ ପରିବାର ବର୍ଗ

609

କଟକ(ଉତ୍କଳ ନିଉଜ୍)ତିହିଡ଼ି, ୨୭.୧୦: ଭଦ୍ରକ ଜିଲା ତିହିଡ଼ି ତହସିଲ ତଥା ପୀରହାଟ ଥାନା ଅଧୀନ ସିନ୍ଦୋଳ ନୂଆପାଟଣା ଗ୍ରାମର ଜଣେ ବୃଦ୍ଧା ବିଗତ ୭ ଦିନ ହେଲା ନିଖୋଜ ହୋଇଥିବା ସୂଚନା ମିଳିଛି । ସେ ରବିନ୍ଦ୍ରନାଥ ଲେଙ୍କାଙ୍କ ପତ୍ନୀ ଫୁଲମଣି ଲେଙ୍କା ବୋଲି ଜଣାଯାଇଛି । ତାଙ୍କର ବୟସ ପ୍ରାୟ ୭୨, ୫ଫଟ୍‌୍ ୮ଇଞ୍ଚ ଉଚ୍ଚତା, ଗୌରବର୍ଣ୍ଣ ଚେହେରା ଓ ମଧ୍ୟମ ସ୍ୱାସ୍ଥ୍ୟଧାରୀ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । କୌଣସି ବ୍ୟକ୍ତି ତାଙ୍କର ପତ୍ତା ପାଇଲେ ନିକଟସ୍ଥ ଥାନାକୁ ଖବର ଦେବା ଲାଗି ପରିବାର ପକ୍ଷରୁ ନିବେଦନ କରାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ସହିତ ତାଙ୍କୁ ଖୋଜି ଆଣିବା ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ୍ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଫୁଲମଣି ଗତ ୨୨ ତାରିଖ ଅପରାହ୍ଣ ୪ଟା ସମୟରେ ନିକଟସ୍ଥ ଲକ୍ଷ୍ମୀନାରାୟଣ ପୂଜା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଗ୍ରାମ ତଥା ଆଖପାଖ ଅଞ୍ଚଳ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଠାରେ ପାଇ ନଥିଲେ । ପରଦିନ ଠାରୁ ବନ୍ଧୁବାନ୍ଧବ ଘର ସହ ବିଭିନ୍ନ ସହର ବଜାର, ଗାଁ ଗହଳି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଠାରେ ତାଙ୍କର ପତ୍ତା ମିଳିନଥିଲା । ଚାରିଆଡ଼ୁ ନିରାଶ ହେବା ପରେ ବୃଦ୍ଧାଙ୍କ ପୁତ୍ର ପ୍ରତାପ ଓ ପ୍ରମୋଦ ପୀରହାଟ ଥାନାରେ ନିଖୋଜ ହେବା ନେଇ ଲିଖିତ ଭାବେ ଜଣାଇଛନ୍ତି । ଫୁୁଲମଣି ଘରୁ ଗଲାବେଳେ ସବୁଜ ରଂଗର ଧଡ଼ି ଥିବା ଘିଅ ରଂଗ ଶାଢ଼ି ପିନ୍ଧିଥିଲେ । ଯଦି କେହି ତାଙ୍କର ଖବର ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଫୋନ ନଂ ୭୪୩୭୮୧୯୫୩୦, ୯୯୩୭୨୦୦୦୮୯ରେ ଜଣାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।