ମମିତାଙ୍କୁ ନ୍ୟାୟ ଦେବା ପାଇଁ କଟକ ଭାଜପା ମହିଳା ମୋର୍ଚ୍ଚା ର କ୍ୟାଣ୍ଡଲ ଶୋଭାଯାତ୍ରା*

105

କଟକ(ଉତ୍କଳ ନିଉଜ୍)ଆଜି ତା ୨୭ ଅକ୍ଟୋବର ସନ୍ଧ୍ୟାରେ ଭାଜପା ବାରବାଟୀ ମଣ୍ଡଳ ମହିଳା ମୋର୍ଚ୍ଚା ତରଫରୁ କଳାହାଣ୍ଡିର ମମିତା ମେହେର ହତ୍ୟା ପ୍ରତିବାଦରେ ମହମବତୀ ଶୋଭାଯାତ୍ରା ହାଓଡ଼ା ମୋଟର ଛକରୁ ବାହାରି ବକ୍ସିବଜ଼ାର ଛକ ପର୍ଯ୍ୟନ୍ତ ହୋଇଥିଲା।ଶୋଭାଯାତ୍ରାକାରୀ ମନ୍ତ୍ରୀ ଦିବ୍ୟଶଙ୍କର ଓ ସମସ୍ତ ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ଦାବି କଟିଥିଲେ।ମୁଖ୍ୟ ଆସାମୀ ଗୋବିନ୍ଦ କୁ ଫାଶୀ ଦେବା ପାଇଁ ଦାବି କରିଥିଲେ। ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର ଓ ଜିଲା ମିଶନ ଶକ୍ତି ସହ ପ୍ରମୁଖ ଶ୍ରୀମତୀ ନମିତା ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଶୋଭାଯାତ୍ରାରେ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ,ଉଷା ପାତ୍ର,ବେବି ବେହେରା,ଏସ ଜାନକୀ,ସବ୍ୟସାଚୀ ମହାପାତ୍ର,ଜୟକୃଷ୍ଣ ସ୍ୱାଇଁ, ଭି ସ୍ୱାତି,ମହମ୍ମଦ ସବିର,ଶ୍ରୀନିବାସ ରେଡି,ଗୋୖରୀ ସାହୁ,ସବିତା ସେଠୀ, ସତ୍ୟଭାମା ବେହେରା,ସରୋଜିନୀ ପଣ୍ଡା,ରଞ୍ଜିତା ମହାନ୍ତି, ଅଙ୍ଗୁରବାଳା ବେହେରା, ରୋମାନ ବାରିକ,ମଞ୍ଜୁଲତା ନାଏକ,ବନିତା ବେହେରା,ଲଳିତା ରାଓ,ପ୍ରଭାତୀ ସିଂ,ଜେମାମଣି ବେହେରା,ଅନୁପ୍ରଭା ବିଶ୍ୱାଳ, କୁନିଲତା ନାଏକ,ମମତା ବାରିକ ପ୍ରମୁଖ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ। ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ୍।