ନିୟନ୍ତ୍ରିତ ବଜାର କମିଟି ବିରୋଧରେ ବର୍ଷିଲା ତିହିଡି ବଜାର ବଣିକ ସଂଘ,

96

କଟକ(ଉତ୍କଳ ନିଉଜ୍) ନିୟନ୍ତ୍ରିତ ବଜାର କମିଟି ବିରୋଧରେ ବର୍ଷିଲା ତିହିଡି ବଜାର ବଣିକ ସଂଘ। ୧୫ ଦିନ ମଧ୍ଯରେ ସମସ୍ୟାର ସମାଧାନ କରାନଗଲେ ଗଣଧାରଣା ଚେତାବନି ଦିଆ ଯାଇଛି। ବଣିକ ସଂଘ ପକ୍ଷରୁ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦିଆଯାଇଛି। ଏହି ତିହିଡି ଖାଙ୍କିହାଟ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଗୃହ ଅବ୍ୟବସ୍ଥା ଯୋଗୁ ଦୋକାନ ଖୋଲି ପାରୁନଥିବା କୁହାଯାଇଛି। ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଗୃହ ଗୁଡ଼ିକ ତା ୦୧.୦୨, ୨୦୨୦ରିଖ ପର ଠାରୁ ନିର୍ଦ୍ଧାରିତ ଅମାନତ ରାଶି ୪୦ ହଜାର ଟଙ୍କା ପୈଠ କରି ରସିଦ୍ ପାଇଅଛନ୍ଥି। କେତେକ ବ୍ୟବସାୟୀ ଅଫିସ୍‌କୁ ଦୌଡ଼ି ଦୌଡ଼ି ଅଦ୍ୟାବଧୂ ଏଗ୍ରିମେଣ୍ଟ ପାଇ ନାହାନ୍ତି। ପାରୁନାହାନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତା ସଂଲଗ୍ନ ଖାଙ୍କିହାଟ ମାର୍କେଟ୍ କମ୍ପ୍ଲେକ୍ ଦୁଇ ମହଲାକୁ ଉଭୟ ପାର୍ଶ୍ଵ ଯାତାୟତ ପାଇଁ ପକ୍କା ସିଡ଼ି ପ୍ଲାନ ଅନୁସାରେ ଫାଉଣ୍ଡେସନ ହୋଇଅଛି କିନ୍ତୁ ଏଯାଏଁ ସିଡି ନିର୍ମାଣ କରାଯାଇନାହିଁ। ସିଡ଼ି ପାଇଁ ଦୋକାନ ଖୋଲା ହୋଇ ପାରୁନାହିଁ । ନିୟନ୍ତ୍ରିତ ବଜାର କମିଟି ଚେୟାରମ୍ୟାନ ତଥା ଉପଜିଲାପାଳଙ୍କୁ ଗତ ତା ୦୧- ୦୯- ୨୦୨୦ ରିଖରେ ଭେଟି ସିଡ଼ି ପାଇଁ ଏକ ଆଲୋଚନା କରା ଯାଇଥିଲା ମାତ୍ର ନିୟନ୍ତ୍ରିତ ବଜାର କମିଟି ସଂପାଦକ ଏହାକୁ ଅବମାନନା କରି ଚାଲିଛନ୍ତି। ୬ ମାସର ଭଡ଼ା ଦେବା ପାଇଁ ତାଗିଦ୍ କରିବା ସହିତ ସରକାରଙ୍କ କୋଭିଡ଼ କଟକଣା ସତ୍ତ୍ବେ ଜଟିଳ ପରିସ୍ଥିତିରେ ସମ୍ମୁଖୀନ ହୋଇ ଦୋକାନ ନଖୋଲି ମଧ୍ୟ ଭଡ଼ା ଦେବାକୁ ପଡୁଛି। ମାର୍କେଟ କମ୍ପ୍ଲେକ୍ସ ସଂଲଗ୍ନ ପୂର୍ବ ତରଫ ଅଳିଆ ଆବର୍ଜନା ଗଦା, ପଚାସଢ଼ା ଦୁର୍ଗନ୍ଧ ଅସ୍ଵାଭାବିକ ପରିବେଶ ପାଇଁ ବାରଣ୍ଡା ଦେଇ ଦୋକାନ ଗୃହ ଭିତରକୁ ପ୍ରବେଶ କରି ହେଉନାହିଁ। ବାରମ୍ବାର ଆଲୋଚନା କଲାପରେ ମଧ୍ୟ କେବଳ ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ଆଜକୁ ୨ ବର୍ଷ ହେଲା ଅଳିଆ ଗଦା ସଫା ହେଲାନାହିଁ । ଦୋକାନ ମଧ୍ୟ ଖୋଲା ହୋଇ ପାରିନାହିଁ । ଅମାନତ ରାଶି ଟଙ୍କା ସହିତ ମାସିକ ଭଡ଼ା ନିୟମିତ ଦିଆଯାଉଛି। କିନ୍ତୁ ସିଡ଼ି ନହେଲେ ତଥା ସାମନା ପାଖ ଜବର ଦଖଲ ଉଚ୍ଛେଦ କରାନଗଲେ ଦୋକାନ ଖୋଲା ଯାଇ ପାରିବ ନାହିଁ ବଣିକ ସଂଘ ଦାବି କରିଛି।ଭଦ୍ରକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ତିହିଡ଼ି ବଜାରର ଏହି ବିସ୍ଥାପିତ ବ୍ୟବସାୟୀ। ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ତିହିଡ଼ିରେ ଗଢ଼ି ଉଠିଛି ଖାଙ୍କିହାଟ ଏବଂ ମାର୍କେଟ କମ୍ପ୍ଲେକ୍ସ। ଦୀର୍ଘ ୧୩ବର୍ଷ କାଳ ପ୍ରତୀକ୍ଷାରେ କେତେ ଆଶା ବାନ୍ଧି କମ୍ପ୍ଲେକ୍ସରେ ଘର ନେଇ ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଥିଲେ ଏହି ବ୍ୟବସାୟୀ ତାହା ଫସର ଫାଟିଛି। ଜୀବନ ଜୀବୀକା ବଞ୍ଚାଇ ପିଲାଛୁଆ ମାନଙ୍କ ମୁହଁରେ ଆହାର ଦେବାର ପ୍ରୟାସ ଚାଲିଥିବା ବେଳେ ନିୟନ୍ତ୍ରିତ ବଜାର କମିଟି ସଂପାଦକ ସେମାନଙ୍କର ମୁହଁରୁ ଆହାର ଛଡ଼ାଇ ନେଇଛନ୍ତି । ଜାଣିଶୁଣି ହଇରାଣ ହରକତ କରୁଛନ୍ତି ଏବଂ ବିଭିନ୍ନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗ କରୁଥିବା ଅଭିଯୋଗ କରିଛି ଏହି ବଣିକ ସଂଘ। ଏହାର ତଦନ୍ତ ତୁରନ୍ତ କରାଯାଇ ୧୫ ଦିନ ଭିତରେ ପୂରଣ କରାନଗଲେ ବାଧ୍ୟ ହୋଇ ନିୟନ୍ତ୍ରିତ ବଜାର କମିଟି ଭଦ୍ରକ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନି ଦିଆ ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।