କ୍ୟାନସର ଆକ୍ରାନ୍ତ ଶ୍ରୀତମର ଚିକିତ୍ସା ପାଇଁ ସହାୟତା ନିବେଦନ

91

କଟକ(ଉତ୍କଳ ନିଯୁଜ)ତିହିଡି, ୨୪.୧୦: ଶ୍ରୀତମ ବାରିକ, ବୟସ ମାତ୍ର ୧୯ । ପାଠ ପଢା ଓ ଖେଳକୁଦରେ ସମୟ ବିତୁଥିଲା । ଅଭାବ ଅନାଟନ ମଧ୍ୟରେ ପରିବାର ଲୋକେ ତାକୁ ପାଠ ପଢାଉଥିଲେ । ଆଶା ଥିଲା ଭବିଷ୍ୟତରେ ରୋଜଗାର କରି ପରିବାର ପୋଷଣ କରିବ । ହେଲେ ଅଚାନକ ଦୂରାରୋଗରେ ପୀଡିତ ହୋଇଗଲା । ପୁଅର ଚିକିତ୍ସା ପାଇଁ ଯାହା ବି ସମ୍ବଳ ଥିଲା ତଥା ବନ୍ଧବର୍ଗଙ୍କ ଠାରୁ ହାତ ପାତି ଅପରେସନ କରାଇଲେ ହେଲେ ଆଗକୁ ଲକ୍ଷାଲକ୍ଷ ଟଙ୍କାର ଖର୍ଚ୍ଚର ଆବଶ୍ୟକତା ରହିଛି । ଯାହାକୁ ନେଇ ପରିବାର ଲୋକେ ସରକାରୀ ତଥା ସହୃଦୟ ବ୍ୟକ୍ତି ଓ ସଂଗଠନଗୁଡିକର ସହାୟତା ପାଇଁ ନିବେଦନ କରିଛନ୍ତି । ଘଟଣା ହେଉଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ସିନ୍ଦୋଳ ପଞ୍ଚାୟତ ଅଧିନ ସିନ୍ଦୋଳ ନୂଆପାଟଣା ଗାଁର । ଏହି ଗାଁର କପିଳେନ୍ଦ୍ର ବାରିକଙ୍କ ନାତି ତଥା ସୁଶାନ୍ତ ବାରିକଙ୍କ ପୁଅ ଶ୍ରୀତମ ବାରିକ କ୍ୟାନସର ଆକ୍ରାନ୍ତ । ସଂପ୍ରତି କଟକସ୍ଥିତ ଦାସ ନର୍ସିହୋମ୍‌ରେ ଚିକିତ୍ସାଧିନ । ପାକସ୍ଥଳୀରେ ଆକ୍ରାନ୍ତ ଜଣାଯିବା ପରେ ଅସ୍ତ୍ରୋପଚାର କରି ସମ୍ପୂର୍ଣ୍ଣ ବାହାର କରି ଦିଆଯାଇଛି । ତେବେ କୃତିମ ପାକସ୍ଥଳୀ ଲଗାଗଲେ ସାଧାରଣଭାବେ ବଞ୍ôଚବାର ଆଶା ପ୍ରକଟ କରିଛନ୍ତି ଡାକ୍ତର । ତେବେ ଏନେଇ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆବଶ୍ୟକତା ରହିଥିବା ଆକଳନ କରାଯାଇଛି । ଏନେଇ ପରିବାର ଲୋକେ ଅତ୍ୟନ୍ତ ମ୍ରିଣମାଣ ହୋଇ ପଡିଛନ୍ତି । ଓଡିଶାବାସୀ ଶ୍ରୀତମର ଚିକତ୍ସା ପାଇଁ ନିଜ ହାତ ଖର୍ଚ୍ଚରୁ ମାତ୍ର କେଇ ଟଙ୍କା ସହଯୋଗ କଲେ ପୁଣିଥରେ ସାମାଜିକ ସ୍ତରରେ ଜୀବନ ଯାପନ କରି ପାରନ୍ତା ବୋଲି ତାଙ୍କ ଜେଜେ କପିଳେନ୍ଦ୍ର ବାରିକ ଆକୁଳ ନିବେଦନ କରିଛନ୍ତି । ଶ୍ରୀତମଙ୍କ ବାପା ସୁଶାନ୍ତ ବାରିକଙ୍କ ତିହିଡି ଶାଖା ଏସବିଆଇ ବ୍ୟାଙ୍କ ଏକାଉଣ୍ଟ ନମ୍ବର ୩୪୬୦୫୪୬୮୮୬୭ ଏବଂ ଆଇଏଫଏସସି ନମ୍ବର ଏସବିଆଇନ୍‌୦୦୧୨୬୩ ଜରିଆରେ ସହାୟତା ପ୍ରଦାନ କରିବା ଲାଗି ସେ ନିବେଦନ କରିଛନ୍ତି । ସେହିପରି ଶ୍ରୀତମଙ୍କ ସମ୍ପର୍କୀୟ ମୋବାଇଲ୍ ନମ୍ବର ୭୦୭୭୫୪୯୦୨୪ ଏବଂ ୯୬୯୨୭୭୯୬୪୦ ମାଧ୍ୟମରେ ପେଟିଏମ୍‌, ଫୋନ୍‌ପେ ଅଥବା ଗୁଗୁଲ୍ ପେ ଜରିଆରେ ମଧ୍ୟ ସହାୟତା ପ୍ରଦାନ କରିବା ଲାଗି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଶ୍ରୀତମ ବାରିକ ମତୋ କଲେଜର ଯୁକ୍ତିତିନି ପ୍ରଥମ ବର୍ଷର ଛାତ୍ର । ଦୈନିକ ଘରୁ ଯାଆ ଅସ କରି ପାଠ ପଢେ । ପୂର୍ବରୁ ଶ୍ରୀତମର ପେଟ ଗ୍ୟାସ ହେଉଥିବା ନେଇ ବାନ୍ତି ହୋଇଥାଏ । ସାମୟିକଭାବେ ଔଷଧ ସେବନ କରି ରୋଗକୁ ଟାଳି ଚାଲିଥିଲା । ଚଳିତ ମାସ ୧୬ ତାରିଖରେ ଶ୍ରୀତମର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ବିଭିନ୍ନ ପରୀକ୍ଷା କରାଯିବା ପରେ କ୍ୟାନସରରେ ଆକ୍ରାନ୍ତ ହେବା ସହିତ କୋରୋନା ପୋଜିଟିଭ୍ ଜଣା ପଡିଥିଲା । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି । ଏଥିସହ ଶ୍ରୀତମର ଚିକିତ୍ସାର ଲାଗି ଆର୍ଥିକ ସହାୟତାର ହାତ ବଢେଇବା ଲାଗି ଭ୍ରମରବର ଦାସ, ଜଗବନ୍ଧୁ ବାରିକ, ନନ୍ଦକିଶୋର ବାରିକ, ରବିନ୍ଦ୍ର ଲେଙ୍କା, ରାଧାଶ୍ୟାମ ଦାସ, ଜଗବନ୍ଧୁ ବେହେରା, ପ୍ରଦୀପ ଦାସ, ଘନଶ୍ୟାମ ପରିଡା, ସୁଧାକର ଜେନା, ମନୋଜ ସାହୁ, ରତିକାନ୍ତ ବାରିକ ଗ୍ରାମବାସୀ ପ୍ରମୁଖ ନିବେଦନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।