ସୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୂର୍ନୀତି ଅଭିଯୋଗ

205

କଟକ(ଉତ୍କଳ ନିଉଜ୍)ତିହିଡି, ୨୪.୧୦: ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ସୟା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଦୁର୍ନୀତିର ତଦନ୍ତ କରାଯାଇ ତୁରନ୍ତ ପଦକ୍ଷେପ ନିଆନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେବ ବୋଲି ଚେତାବନୀ ଦିଆଯାଇଛି । ଏ ନେଇ ରବିବାର ସୟା ବୀରବରପୁର ଠାରେ ପଞ୍ଚାୟତ କଂଗ୍ରେସ ସଭାପତି ଶିବ ପ୍ରସାଦ ନାୟକଙ୍କ ପୌରୋହିତ୍ୟରେ ଏକ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ତଥା ପିସିସି ସାଧାରଣ ସମ୍ପାଦକ ଅଶୋକ ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବରିଷ୍ଟ ନେତା ମଧୁସୂଦନ ଦାସ, ମଧୁସୂଦନ ମଲ୍ଲିକ, ଗଣେଶ ମଳିକ, ସୌମ୍ୟଗୋପାଳ ନାୟକ, ବଳରାମ କବି, ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଓ ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଥିଲେ । ପ୍ରକୃତ ହିତାଧିକାରୀମାନେ ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ, ଥିଲାବାଲା ହିତାଧିକାରୀମାନେ ଏକାଧିକ ଆବାସ ପାଇଛନ୍ତି । ହିତାଧିକାରୀ ତାଲିକାରେ କ୍ରମିକ ନଂ ୨୬୮ ରୁ ୨୯୭ ପର୍ଯ୍ୟନ୍ତ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ କେତେକ ବିବାହ କରିନଥିବା ବେଳେ ଅନ୍ୟ କେତେକ କୋଠାଘର ଥିବା ଲେକଙ୍କ ନାମରେ ଆବାସ ପ୍ରଦାନ କରାଯାଇଛି । କିନ୍ତୁ ପ୍ରକୃତରେ ଯେଉଁ ହିତାଧିକାରୀ ଅବାସ ପାଇବାର ସେମାନଙ୍କୁ ଘର ଦିଆଯାଇନାହିଁ । ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଉଥିଲେ ମଧ୍ୟ ତଦନ୍ତ କରୁନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ରାଜୁନୁ ନାୟକ, ରାଜକିଶୋର ନାୟକ, ନାଗେଶ୍ୱର ଦାସ, କେଶବ ଚନ୍ଦ୍ର ପତି, ମାନସ କୁମାର ନାୟକ, ହରେକୃଷ୍ଣ ମଳିକ, ଅଭୟ କୁମାର କବି, ପଞ୍ଚାନନ ମଳିକ, ଜଗବନ୍ଧୁ ମଳିକ, ପୀତାମ୍ବର ମଳିକ, ଗୋପାଳ ମାଝୀ, ଶତୃଘ୍ନ ମଳିକ, ଅଜୟ ମାଝୀ, ପ୍ରତାପ ବେହେରା, ଗଙ୍ଗାଧର ବେହେରା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍ ।