ବାରିପଦାରୈ ବିଜେପି କର୍ମୀଙ୍କୁ ମାଡ଼ ଘଟଣାକୁ ନେଇ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଓ ଶୋଭାଯାତ୍ରା।

120

କଟକ(ଉତ୍କଳ ନିଉଜ)ତିହିଡି : ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗ୍ରସ୍ତ ସମୟରେ ବିଜେପି କର୍ମୀଙ୍କୁ ମାଡ଼ ଘଟଣାକୁ ନେଇ ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ ଶୋଭାଯାତ୍ରା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗ୍ରସ୍ଥରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିଗେଡ଼ ଭିତରକୁ ଧସେଇ ପଶୁଥିବା ବେଳେ କେତେକ ଲୋକେ ମାଡ଼ ମାରୁଥବା ବେଳର ଭିଡ଼ିଓ ଭାଇରାଲ ହେଉଛି । ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ଯେ ବିଜେପି ଯୁବମୋର୍ଚାର ଆଇଟି ସେଲ ରାଜ୍ୟ ସମ୍ପାଦକ ସୂର୍ଯ୍ୟବଂଶୀ ସୁରଜ , ଭଦ୍ରକ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ଦେବାଂଶୁ ରାଉତ ଓ ଅନ୍ୟ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ମାଡ଼ ମାରିଛନ୍ତି । ଏହି ଘଟଣାକୁ ପ୍ରତିବାଦ କରି ଯୁବ ମୋର୍ଚ୍ଚା ସଦସ୍ୟ ମାନେ ଭଦ୍ରକ ସହରରେ ପ୍ରତିବାଦ ଶୋଭାଯାତ୍ର କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।