ହରସିଂପୁର ପଞ୍ଚାୟତର ବିଜେଡିର ମିଶ୍ରଣ ପର୍ବ, କଂଗ୍ରେସ ଓ ବିଜେପି ଛାଡି ସାମିଲ୍ ହେଲେ ୫୦ ପରିବାର

351

କଟକ(ଉତ୍କଳ ନିଉଜ)ତିହିଡି, ୧୯.୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ହରସିଂପୁର ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସଂଧ୍ୟାରେ ପବିତ୍ର କୁମାର ପୂର୍ଣ୍ଣମୀ ତଥା ମହମ୍ମଦଙ୍କ ଜୟନ୍ତୀ ଅବସରରେ ବସ୍ତିରୁ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ବିଜେଡିର ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀଙ୍କ ଠାରୁ ସୂଚନା ମିଳିଛି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରିବା ସହିତ ବିଧାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ମାନ ଜଣାଇ ପ୍ରାୟ ୫୦ ପରିବାର ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି । ସଭାପତି ଯଦୁନାଥ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ କଂଗ୍ରେସର ଆଗଧାଡିର ଛାମୁଆ ନେତା ମହମ୍ମଦ ମସ୍ତାନ, ସେକ୍ ଜୁମନ୍‌, ପାତୁ ସାହାଜୀ, ଶୈମତ ସାହାଜୀ, ମୋବାରକ୍ ସାହାଜୀ, ସେକ୍ ରସିଦ୍‌, ସୁକିଆନ୍ ସାହାଜୀ, ମସ୍ତାନ ସାହାଜୀ, ଚାନ୍ଦବାବୁ ସାହାଜୀ ଓ ବିଜେପିର ଛାମୁଆ ନେତା ବଟକୃଷ୍ଣ ଜେନା ପ୍ରମୁଖ ବିଜେଡିର ଯୋଗ ଦେଇଥିବା ସୂଚନା ମିଳିଛି । ମୁଖ୍ୟ ଅତିଥିଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଯୋଗଦେଇ ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରିବା ସହିତ ଆଗାମି ତ୍ରିସ୍ତରୀୟ ନିର୍ବାଚନରେ ଦଳ ପାଇଁ କାମ କରିବା ଲାଗି ପରାମର୍ଶ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ, ଜିତେନ୍ଦ୍ର ପାଣି, ବାମନବିନ୍ଧା ପଞ୍ଚାୟତ ସରପଞ୍ଚ ଅମର ଦାସ, ହରସିଂପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ମୋହନ ଜେନା, ସମିତି ସଭ୍ୟଙ୍କ ପ୍ରତିନିଧି ମହେଶ୍ୱର ଜେନା ଓ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।