ଆଜି ମା ଦୁର୍ଗାଙ୍କ ମେଲାଣୀ ଉତ୍ସବ |

195

କଟକ(ଉତ୍କଳ ନିଉଜ)୧୬/୧୦/୨୦୨୧ ଜଗତ ଜନନୀ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ଆଜି ମେଲାଣୀ ଉତ୍ସବ। କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା ପାଇବା ପରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ସହରାଞ୍ଚଳର ଶହେ ବର୍ଷ ପୁରାତନ ମଣ୍ଡପ ଜାନୁଗଞ୍ଜ ଦୁର୍ଗା ମେଢ ଭାଷାଣି କୋବିଡ଼ ନିୟମ ଅନୁସାରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି। ଏଥିସହ ୩ ଶହ ବର୍ଷ ପୁରାତନ ଶକ୍ତି ପୀଠ ମା ବଙ୍କବାସୁଳୀ ପୀଠର ମୃଣ୍ମୟୀ ମୂର୍ତ୍ତି ସହ ସହରର ଗାନ୍ଧୀ ପଡିଆ, ବାଇପାସ, ସନ୍ଥିଆ, ଡଗରାସାହି, ଚରମ୍ପା ଆଦି ୨୩ ଗୋଟି ପ୍ରମୂଖ ମଣ୍ଡପର ମୃଣ୍ମୟୀ ଗୁଡିକ ବିସର୍ଜନ କରିବା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ଏକ ସ୍ବତନ୍ତ୍ର ପୋଖରୀ ଖୋଳାଯାଇଛି।

ସେହିପରି ଜିଲ୍ଲାର ୩୦ ଗୋଟି ସ୍ଥାନରେ ନିରାଡମ୍ବର ଭାବେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ପୀରହାଟ ବାରବାଟିଆର ୧୫ ପୁରୁଷ ଧରି ପାଳିତ ହେଉଥିବା ଦୁର୍ଗାଙ୍କ ଭଷାଣୀ ଉତ୍ସବ ହେବା ସହିତ କୋହ୍ଲ ପତିସାହିର ୪ ଶହ ବର୍ଷର ଜୟଦୁର୍ଗା ପୂଜା ପରମ୍ପରା, ତିହିଡିସ୍ଥିତ ମଙ୍ଗରାଜପୁର ଓ ନନ୍ଦପୁର ଦୁର୍ଗାଙ୍କ ଭଷାଣୀ ହୋଇଯାଇଛି। ଜଗତ ଜନନୀ ମା ଦୁର୍ଗତି ନାଶିନୀଙ୍କୁ ମେଲାଣୀ ଦେବା ସହ ଭାଷାଣି ଉତ୍ସବ ଦେଖିବା ପାଇଁ ବିଭିନ୍ନ ରାସ୍ତାର ଉଭୟ ପାର୍ଶ୍ବରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି। 

ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଙ୍କ ରିପୋର୍ଟ ଉତ୍କଳ ନିଉଜ |