‘ଗୋଧୂଳି ଲଗ୍ନ’ କବିତା ପୁସ୍ତକ ଲୋକାର୍ପିତ।

238

କଟକ(ଉତ୍କଳ ନିଉଜ)ତିହିଡି, ୧୬.୧୦: ଗ୍ରାମାଞ୍ଚଳରେ ସୁପ୍ତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଗାଁ ପରିମଳ ଓ ବୃକ୍ଷରୋପଣ ପରି ଜନ ମଙ୍ଗଳ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି କରୁଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସଂଗଠନ ‘ସାହିତ୍ୟ ସଂସ୍କୃତି ବିକାଶ ପରିଷଦ’ ପକ୍ଷରୁ କବି ମଥୁରା ମୋହନ ବେହେରାଙ୍କ ‘ଗୋଧୂଳି ଲଗ୍ନ’ କବିତା ପୁସ୍ତକ ଲୋକାର୍ପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କବି ଇଂ ଅରୁଣ କୁମାର ପଣ୍ଡାଙ୍କ ସଂଯୋଜନା ଓ ସାହିତ୍ୟିକ ବିଭୁତି ଭୁଷଣ ସେନାପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ, ବିରୋଧି ଦଳ ଉପନେତା ତଥା ଘାସଫୁଲର ସମ୍ପାଦକ ସାହିତ୍ୟିକ ବିଷ୍ଣୁ ସେଠୀ, ମୁଖ୍ୟ ବକ୍ତାଭାବେ ସାହିତ୍ୟିକ ଅଭୟ କୁମାର ଦ୍ୱିବେଦୀ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାକ୍ତନ ଅଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ସ୍ତମ୍ବକାର ବିଶ୍ୱରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ‘ଗୋଧୂଳି ଲଗ୍ନ’ କବିତା ପୁସ୍ତକ ଲୋକାର୍ପଣ କରିବା ସହିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଗୀତିକାର ପଞ୍ଚାନନ ନାୟ. ସଞ୍ଜୟ ବଳ, ମୁକ୍ତିକାନ୍ତ ନାୟକ, ବସନ୍ତ କୁମାର ନାୟକ, କବିଶ୍ରୀ ଗୋଲକ ବୈୟାରୀ, ବିଶ୍ୱମୈତ୍ରୀ ନାୟକ, ଶୀତଲ କୁମାର ବେହେରା, ରମେଶ ଦାସ, ସୁବାଶ ଦାସ, ସୁବାଶ ମହାନ୍ତି, ଦେବେନ୍ଦ୍ର ମହାଳିକ, ଗଣେଶ ପ୍ରସାଦ ରାଉତ, ନିଳମାଧବ ସେନାପତି, କୈଳାସ ବେହେରା, ଅମୁଲ୍ୟ କୁମାର ସେନାପତି, ପି. ହୃଶିକେଶ, ବାବୁରାମ ରାଉତ, ଆଶୁତୋଷ କରଣ, କଳ୍ପତରୁ ସେଠୀ, ପ୍ରଫୁଲ ପାଢୀ, ନାରାୟଣ ମାନଧାତା, ନିତ୍ୟାନନ୍ଦ ମଲ୍ଲିକ, ସୋମନାଥ ପାଡୀ, ଗଙ୍ଗାଧର ଦାଶ, ଅବନ୍ତି ପଣ୍ଡା, ସନ୍ୟାସୀ ବ୍ରହ୍ମ, ଭାଷ୍କର ସେଠୀ ପ୍ରମୁଖ ବହୁ କବି ଉପସ୍ଥିତ ଥିଲେ । ଶେଷରେ କବି ମୁକୁନ୍ଦଦେବ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମମତାମୟୀ ବେହେରା, ସାବିତ୍ରୀ ପରିଡା, ବନଜ୍ୟୋସ୍ନା ମୁଦୁଲୀ, ସୁଜିତା ମହାନ୍ତି, ସୁଚିସ୍ମିତା ବେହେରା, ଅନ୍ନପୂର୍ଣ୍ଣା ରଣ ଓ ଗୌରୀରାଣୀ ବେହେରା ପ୍ରମୁଖ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।