ଏମ୍ସ ରେ ଭର୍ତ୍ତି ହେଲେ ମନମୋହନ ସିଂ |

107

କଟକ (ଉତ୍କଳ ନ୍ୟୁଜ) ୧୪-୧୦-୨୦୨୧ : ଅସୁସ୍ଥ ସ୍ୱାସ୍ଥ୍ୟ ଯୋଗୁଁ ଦିଲ୍ଲୀ ସ୍ଥିତ ଏମ୍ସ ରେ ଭର୍ତ୍ତି ହେଲେ ଦେଶ ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ | କଂଗ୍ରେସ ର ସୂତ୍ର ଅନୁଯାୟୀ, ଗତ ଦୁଇ ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା | ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଆଜି ତାଙ୍କୁ ଏମ୍ସ ର କାର୍ଡିଓ -ନ୍ୟୁରୋ ୱାର୍ଡ ରେ ଭର୍ର୍ତି କରାଯାଇଛି | ଏମ୍ସ ର ଅଭିଜ୍ଞ ଡାକ୍ତର ମାନଙ୍କ ର ତତ୍ୱାବଧାନ ରେ ମନମୋହନ ସିଂ ଚିକିତ୍ସିତ ହେଉଛନ୍ତି | ହସ୍ପିଟାଲ କତ୍ତୃପକ୍ଷ ଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି |