ଦେଶ ରେ କୋଇଲା ସଙ୍କଟ |

111

କଟକ (ଉତ୍କଳ ନ୍ୟୁଜ) ଦେଶ ରେ କିଛିଦିନ ହେବ କୋଇଲା ସଙ୍କଟ ଦେଖାଦେଲାଣି | କୋଇଲା ଅଭାବ ରୁ ଦେଶ ରେ ବିଦ୍ୟୁତ ସଙ୍କଟ ନେଇ ଆଶଙ୍କା ସୃଷ୍ଟି ହେଲାଣି | ଦେଶ ର ବହୁ ଗୁଡିଏ ରାଜ୍ୟ କୋଇଲା ଅଭାବ କୁ ନେଇ କେନ୍ଦ୍ର କୁ ପ୍ରଶ୍ନ କରିଛନ୍ତି | ତେବେ କୋଇଲା ଅଭାବ କୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସ୍ଥିତି ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି | ସେହିପରି ବିଦ୍ୟୁତ ସଙ୍କଟ ଏଡାଇ ବା ପାଇଁ ରାଜ୍ୟ ଗୁଡିକ ଚଢା ଦର ରେ ବିଜୁଳି ନାବିକିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର | କୋଇଲା ଯୋଗାଣ ଓ ବିଦ୍ୟୁତ ଉତ୍ପାଦନ ସ୍ଥିତି ନେଇ ପିଏମଓ ଦ୍ୱାରା ବୈଠକ କରାଯାଇଛି | ବୈଠକ ରେ ଶକ୍ତି ସଚିବ ଆଲୋକ କୁମାର ଓ କୋଇଲା ବିଭାଗ ର ସଚିବ ଏ କେ ଜୈନ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି | ସୂଚନା ଅନୁଯାୟୀ କୋଇଲା ଯୋଗାଣ ତୁରନ୍ତ ବୃଦ୍ଧି କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି |