ବେଗୁନିଆପଡା ରେ ମା ଙ୍କ ଅଷ୍ଟମୀ ପୂଜା ପାଳନ |

96

କଟକ (ଉତ୍କଳ ନ୍ୟୁଜ) ୧୪-୧୦-୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସ୍ଥିତ ଐତିହାସିକ ଗ୍ରାମ ଫାସୀ ଏକ ସଂସ୍କୃତିପୂର୍ଣ୍ଣ ତଥା ଶୈବଶାକ୍ତ ପୂଜ୍ୟ ସ୍ଥଳି ଅଟେ। ଏଣୁ ଏଠାରେ କୋଦଳା ଆଠଗଡ଼ ରାଜା ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅଷ୍ଟଶମ୍ଭୁ ମଧ୍ୟରେ ଶ୍ରୀ ମାଣିକେଶ୍ୱର ବିରାଜମାନ।ସେହିଭଳି ରାଜ ପ୍ରତିଷ୍ଠିତ ୨ଟି ଦେବୀଙ୍କର ଏଠାରେ ପୂଜିତ ସ୍ଥଳି ରହିଛି।ଗୋଟିଏ ମା କରେଇଶୁଣି ଓ ଅନ୍ୟ ଦେବୀ ଅଲଅଲା।ଏହି ଦେବୀ ମାଙ୍କ ପୂଜା ଅନନ୍ୟ ।ଏହି ଦେବୀ ପ୍ରତିମା ଦୁଇଟି ଆବଦ୍ଧ ଘରେ ବର୍ଷ ସାରା ରହନ୍ତି। କେବଳ ନବରାତ୍ର ପୂଜା ପାଈଁ ଭକ୍ତଙ୍କ ଗହଣକୁ ଆସି ମଣ୍ଡପରେ ସ୍ଥାପିତ ହୁଅନ୍ତି। ଏହି ନଅ ଦିନ ଦେବୀଙ୍କ ନିକଟରେ ଅନେକ ସାଂସ୍କୃତିକ କାର୍ଯ୍ୟମାନ ହୁଏ। ସାହି ମାନଙ୍କରେ ମେଢ଼ ସ୍ଥାପିତ ହୋଇଥାଏ।ମାନସିକ ଧାରୀ ମାନେ ମଧ୍ୟ ମୁଣ୍ଡନ ହୁଅନ୍ତି।ଲୋକମାନସରୁ ଜଣାଯାଏ ଆଠଗଡ଼ ରାଜାମାନେ ଏହି ଦେବୀମାନଙ୍କ ଠାରୁ ବରପ୍ରାପ୍ତ କରିଥିଲେ।ଅନେକ ଭକ୍ତନ୍କ ମାନସିକ ପୂରଣ ହୋଇଥିବାର ମଧ୍ୟ ଲୋକ କଥା ରହିଛି,ପ୍ରତେକ ଭକ୍ତଙ୍କ ମୁଖରୁ ମଧ୍ୟ ଏହା ଶୁଣିବାକୁ ମିଳେ।ରାଜାମାନଙ୍କ ରାଜତ୍ୱ କାଳରୁ ଫାସୀ ଗ୍ରାମ ଏକ ଶୈବ ଶାକ୍ତ ପୂଜିତ ପୀଠସ୍ଥଳୀ ହୋଇଥିବା ଯୋଗୁଁ ଅନେକ ଦେବାଦେବୀ ମନ୍ଦିର ଦେଖିବାକୁ ମିଳିଥାଏ।ଏଣୁ ବର୍ଷ ମଧ୍ୟରେ ଅନେକ ପର୍ବପର୍ବାଣି ପାଳିତ ହୁଏ।