ଭକ୍ତଙ୍କ ଭାବାବେଗକୁ ରୋକି ପାରିଲାନି କଟକଣା, ମହାଷ୍ଟମୀରେ ଝଲସୁଛନ୍ତି ଜଗତଜନନୀ ମା’ ।

168

କଟକ(ଉତ୍କଳ ନିଉଜ)ତିହିଡି, ୧୩-୧୦: ଭକ୍ତଙ୍କ ଭାବାବେଗକୁ ରାଜ୍ୟ ସରକାରଙ୍କ କରୋନ କଟକଣା ରୋକି ପାରିନାହିଁ । ବରଷକ ଥରେ ମା’ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବାର ଇଛାକୁ ପୂରଣ କରିବା ଲାଗି ଭକ୍ତମାନେ ପୂଜା ମଣ୍ଡପରେ ଭକ୍ତମାନଙ୍କ ସୁଅ ଛୁଟୁଛି। ଯଦିଓ ପୂଜା କମିଟି ଗୁଡିକ ପକ୍ଷରୁ ବେରିକଟ୍ କରାଯାଇଛି ତେବେ ବିଳମ୍ବ ହେଉଥିଲେ ମଧ୍ୟ ଭକ୍ତ ମା’ଙ୍କୁ ଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି । ତେବେ ପୂଜାକୁ ଆଡମ୍ବରପୂର୍ଣ୍ଣ ତଥା ବାଜା ରୋଷଣୀ ଠାରୁ ଦୂରେଇ ରହିଛି ପୂଜା କମିଟି । ବୁଧବାର ମହାଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜା ଚାଲୁଥିବା ଜଣାଯାଇଛି । ତେବେ କଟକଣା ମଧ୍ୟରେ ତିହିଡି ବ୍ଲକ ଅଧିନ ଦୋଳସାହି ନାଥସାହି ଓ କୁବେରା ଗାଁର ଜଗତଜନନୀ ମା’ ଦୁର୍ଗପୂଜାରେ ମୃଣ୍ମୟୀ ମୂର୍ତ୍ତୀ ଝଲସୁଥିବା ବାରି ହୋଇଛି । ଦେଢ ଶହରୁ ଉର୍ଦ୍ଧ ବର୍ଷର ପରମ୍ପରା ନାଥସାହି ଦୁର୍ଗାପୂଜା ପରମ୍ପରା । ସ୍ୱର୍ଗତ ପ୍ରାଣବନ୍ଧୁ ନାଥ ଓ ବୃନ୍ଦାବନ ନାଥଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଦୁର୍ଗା ପୂଜା ପ୍ରଥମେ ଗୋଟିଏ ପରିବାରରୁ ସୃଷ୍ଟି ହୋଇଥିଲା । କାଳ କ୍ରମେ ତଥା ବଂଶାନୁକ୍ରମିକ ଭାବେ ଏହି ପୂଜା ଯଥାବିଧିରେ ଚାଲୁ ରହିଛି । କର୍ତ୍ତା ଭାବେ ସରୋଜ ନାଥ ଓ ମୁଖ୍ୟ ପୂଜକ ଗୟାଧର ମିଶ୍ରଙ୍କ ସମେତ ଅନିରୁଦ୍ଧ ମିଶ୍ର ଓ ଗୌରାଙ୍ଗ ଦାଶ ପ୍ରମୁଖ ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ରତିକାନ୍ତ ନାଥ, ନୂତନ ଆଲୋକ ନାଥ, ରାଜେନ୍ଦ୍ର ନାଥ, ଡମ୍ବରୁ ନାଥ ଓ ଗ୍ରାମବାସୀ ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ସେହିପରି କୁବେରା ଗ୍ରାମରେ ୨୦୧୨ ମସିହା ଠାରୁ ଦେବୀ ଦୁର୍ଗା ପୂଜା ଓ ଆରାଧନା ବୈଦିକ ରୀତିରେ ଯାଥାବିଧର ସମ୍ପନ୍ନ କରାଯାଉଅଛି । ସ୍ୱର୍ଗତ ବାଞ୍ଛାନିଧି ରାଉଳଙ୍କ ଉଦ୍ୟମରେ ମୃଣ୍ମୟୀ ମୂର୍ତ୍ତୀ ସ୍ଥାପିତ କରାଯାଇ ପୂଜାର୍ଚ୍ଚନା କରା ଯାଉଅଛି । କରୋନା କଟକଣା ମଧ୍ୟରେ ଗତବର୍ଷ ପରି ଚଳିତ ବର୍ଷ ପୂଜା ପାଳନ କରାଯାଉଅଛି । କର୍ତ୍ତାଭାବେ ମଦନ ମୋହନ ସାହୁ ଓ ତୁଳସୀ ସାହୁ, ମୁଖ୍ୟ ପୂଜକଭାବେ ଅକ୍ଷୟ ତ୍ରିପାଠୀ, ସହଯୋଗୀ ଭାବେ ମୁକ୍ତିକାନ୍ତ ପତି, କୃଷ୍ଣଚନ୍ଦ୍ର କର, ସନ୍ତୋଷ ପଣ୍ଡା, କୃଷ୍ଣଚନ୍ଦ୍ର କର ପୂଜାକାର୍ଯ୍ୟ କରୁଥିବା ବେଳେ ମୁଖ୍ୟ ଉପଦେଷ୍ଟାଭାବେ ଉମାକାନ୍ତ ରାଉଳ, ଦିବାକର ବେହେରା, ଯତିନ୍ଦ୍ର ରାଉଳ, ଅଭୟ ନାୟକ, ପିତାମ୍ବର ବେହେରା, ଶଶିକାନ୍ତ ରାଉଳ ପରିଚାଳନା କରୁଥିବା ବେଳେ କମିଟିର ସଭାପତି ଶତୃଘ୍ନ ସାହୁ, ସମ୍ପାଦକ ଶ୍ରୀଧର ନାଥ, ପ୍ରଫୁଲ ରାଉଳ, କରୁଣାକର ରାଉଳ, ରମାକାନ୍ତ ସାହୁ, ଶରଣାର୍ଦ୍ଧ ପାକଳ, ଚର୍ତୁଭୁଜ ରାଉଳ, ଉପେନ୍ଦ୍ର ଦାସ, କୈଳାସ ରାଉଳ, ବିଜୟ ସାହୁ, ଶ୍ରୀତମ ପାକଳ, ମାୟାଧର ରାଉଳ, ପାର୍ଥସାରଥି ରାଉଳ, ଦାସରଥି ସାହୁ, ଶଙ୍କର୍ଷଣ ରାଉଳ, ମହେନ୍ଦ୍ର ସାହୁ, କମଳାକାନ୍ତ ରାଉଳ, ମାନସ ସାହୁ, ପ୍ରେମାନନ୍ଦ ରାଉଳ, ପୂର୍ଣ୍ଣଚନ୍ଦ୍ର ସାହୁ, ଅନନ୍ତ ରାଉଳ, ରମାକାନ୍ତ ରାଉଳ ଓ ରାଧାକାନ୍ତ ନାୟକ ପ୍ରମୁଖ ଏବଂ ଯୁବ ଗୋଷ୍ଠି ପରିଚାଳନା କରୁଥିବା ଜଣାଯାଇଛି । ସବୁଠୁ ବଡ କଥା ହେଉଛି ତିହିଡି ବ୍ଲକର ସର୍ବ ପୂରାତନ ପୀଠ ଭାବେ ପୀରହାଟ ବାରବାଟିଆ ଦୁର୍ଗାପୂଜା ବେଶ ପରିଚିତ । ୧୫ ପୁରୁଷ ଧରି ଏଠାରେ ମା’ଙ୍କ ପୂଜା ପାଳିତ ହୋଇ ଆସୁଅଛି। ନିଆରା ପରମ୍ପରା ଭାବେ ଏଠାରେ ହଜାର ହଜାର ସଂଖ୍ୟାରେ ଆଟିକା ଭୋଗ ଲାଗିଥାଏ।ସେହିପରି କୋହ୍ଲ ପଞ୍ଚାୟତ ଅଧିନ ପତିସାହିର ଦୁର୍ଗା ପୂଜା ଐତିହାସିକ ପରମ୍ପରା ବୋଲି ଦାବୀ କରାଯାଉଛି । ପ୍ରଥମେ ୨ ଶହ ବର୍ଷ ଧରି ସାର୍ବଜନିନ ଭାବେ ପୂଜା ପାଳନ କରାଯାଉ ଥିବା ବେଳେ ପ୍ରାୟ ୨ ଶହ ବର୍ଷରୁ ଉର୍ଦ୍ଧ ଧରି ପତି ବଂଶଜ ପକ୍ଷରୁ ଏଯାବତ ଏହା ପାଳନ କରାଯାଉଛି । ଏଠାରେ ଷଷ୍ଠି ତିଥିରେ ବେଲବରଣି ଠାରୁ ପୂଜାରମ୍ଭ ହୋଇ ମହାସପ୍ତମୀରେ ମା’ଙ୍କୁ ଆବାହନ, ନେତ୍ର ପ୍ରଦାନ, କଖାରୁ ବଳି, ଆଳତୀ କରାଯାଏ। ମା’ଙ୍କ ମହିମା ଅପାର, ଯିଏ ଯାହା ମାନସିକ ରଖିଥାଏ ମା’ ପୂରଣ କରିଥିବା ଏବେବି ବିଶ୍ୱାସ ରହିଛି । ଏହି ପୀଠରେ ଦୁର୍ଗା ପୂଜା ବ୍ୟତିତ ପ୍ରତିମାସ ଚଣ୍ଡି ପାଠ ଓ ନିୟମିତ ପୂଜା କରା ଯାଇଥାଏ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।