ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ୬ଜଣ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ।

396

କଟକ(ଉତ୍କଳ ନିଉଜ)ତିହିଡି, ୦୯.୧୦: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଭଦ୍ରକ ଜିଲା ତିହିଡ଼ି ସଦର ବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୬ଜଣ ଛାତ୍ରଛାତ୍ରୀ କୃତୀତ୍ୱର ସହ ସଫଳତା ହାସଲ କରି ନବୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢ଼ିବାକୁ ସୁଯୋଗ ପାଇଛନ୍ତି । ସେମାନେ ହେଲେ ଋତୁପର୍ଣ୍ଣା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ବାରିକ, ସ୍ଥିତପ୍ରଜ୍ଞ ସାହୁ, ରିତେଶ ପୃଷ୍ଟି, ଚିରଞ୍ଜିବ ଦାସ ଏବଂ ସଂଜୀବ କୁମାର ମଲିକ । ଏହି ସଫଳତା ପାଇଁ କୃତି ଛାତ୍ରଛାତ୍ରୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ନରେଶ ମହାନ୍ତି, ପରିଚାଳନା କମିଟିର ସମ୍ପାଦକ ମନୋଜ ପାଣିଗ୍ରାହୀଙ୍କ ସମେତ ଗୁରୁଜୀ, ଗୁରୁମା, କର୍ମକର୍ତ୍ତାଙ୍କ ସମେତ ବ୍ଲକର ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜ୍ଞାପନ କରିବା ସହ ସେମାନଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।