ଭାରତରୁ ଆତଙ୍କବାଦର ମୂଳପୋଛ ଦାବିରେ ବଜରଂଗ ଦଳ ପକ୍ଷରୁ ବିକ୍ଷୋଭ ଓ କୁଶପୁତଳିକା ଦାହ

178

କଟକ (ଉତ୍କଳ ନିଉଜ) ତିହିଡ଼ି- ୧୦/୧୦ ଭାରତରୁ ଆତଙ୍କବାଦର ମୂଳପୋଛ ଦାବିରେ ବଜରଂଗ ଦଳ ପକ୍ଷରୁ ବିକ୍ଷୋଭ କରାଯିବା ସହ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି। ଜାମୁକାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ବର୍ବରଚିତ ହତ୍ୟା ପାଇଁ ବଜରଂଗ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ଜିଲ୍ଲା ତମାମ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳ ପକ୍ଷରୁ ଅନୁଷ୍ଠିତ ବାଇକ୍ ରାଲିରେ ପାକିସ୍ତାନ ବିରୋଧୀ ନାରା ଦିଆ ଯାଇଥିଲା। ବାସୁଦେବପୁର ବଜାର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୁଶପୁତ୍ତଳିକା ଦାହ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ରଂଜନ ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବିଜୟ କୁମାର ସିହ୍ନା, ଜିଲ୍ଲା ସଂଯୋଜକ, ବିପିନ ବିହାରୀ ପଣ୍ଡା, ଜିଲ୍ଲା ସହ ସଂଯୋଜକ ବ୍ରହ୍ମାନନ୍ଦ ସାହୁ, ନଗର ସହ ସଂଯୋଜକ ସନ୍ତୋଷ ବେହେରା, ସତସଙ୍ଗ ପ୍ରମୁଖ ବିଜୟ କୁମାର ବାରିକ, ଜିଲ୍ଲା ଗୋରକ୍ଷା ପ୍ରମୁଖ ଦେବେନ୍ଦ୍ର ନାୟକ, ଜିଲ୍ଲା ଆଖଡ଼ା ପ୍ରମୁଖ ଦଶରଥ ସାହୁ, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଖିତିସ ରାଉତ, ଧାମନଗର ନଗର ସଂଯୋଜକ ଶକ୍ତିଦତ୍ତ ଦାଶ,,ପ୍ରଖଣ୍ଡ ସଂଯୋଜକ ମନ୍ମଥ ନାୟକ, ସହ ସଂଯୋଜକ ରଞ୍ଜନ ମଲ୍ଲିକ, ପ୍ରଖଣ୍ଡ ସଭାପତି ଉତ୍କଳ ନାୟକ, ଚିତ୍ତରଞ୍ଜନ ଦାସ, ଉତ୍ତମ ନାୟକ, ଓମପ୍ରକାଶ ପତି ଓ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ୍ ଉତ୍କଳ ନିଉଜ।