ଗୋପବନ୍ଧୁ ସେବା ସଂଘର ବାର୍ଷିକ ଉତ୍ସବ

235

କଟକ(ଉତ୍କଳ ନିଉଜ)ତିହିଡି. ୦୯.୧୦ : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ‘ଗୋପବନ୍ଧୁ ସେବା ସଂଘ’ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଡାକ ବଙ୍ଗଳା ପରିସରରେ ସଂଘର ସଭାପତି ରାଜୀବ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଦଳେଇ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରତ୍ନାକର ସାହୁ, ସାମ୍ବାଦିକ ରାମନାରାୟଣ ନାୟକ, ସାମ୍ବାଦିକ ପ୍ରଭାତ କୁମାର ରାଉଳ, ସାମ୍ବାଦିକ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସମାଜସେବୀ କୈଳାସ ବେହେରା ଅତିଥିଭାବେ ଯୋଗଦେଇ ଗୋପବନ୍ଧୁ ଦାସ ଥିଲେ ଉତ୍କଳର ମଉଡ଼ମଣି ଏବଂ ତାଙ୍କର ତିତିକ୍ଷା ଓ ତ୍ୟାଗ ତାଙ୍କୁ ଅମର କରି ରଖିଛି ବୋଲି କହିଥିଲେ । ବାସ୍ତବରେ ସେ ଥିଲେ ସେବା ଓ ତ୍ୟାଗର ପ୍ରତୀକ ବୋଲି ମତବ ବ୍ୟକ୍ତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତିହିଡ଼ିରେ ଗଢ଼ି ଉଠିଥିବା ଗୋପବନ୍ଧୁ ସେବା ସଂଗଠନ ଯେଉଁପରି ଭାବରେ ଅଗ୍ନି ବିପନ୍ନ ଓ ଅସହାୟ ମାନଙ୍କୁ ସାହାଯ୍ୟ କରିଆସୁଛି ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ ଓ ଅନୁକରଣୀୟ ବୋଲି ମତ ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ ଅତିଥି, ଉପସ୍ଥିତ ସଭ୍ୟ ଓ ଜନସାଧାରଣ ଗୋପବନ୍ଧୁଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଭ୍ୟ ଅଭିରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହେମନ୍ତ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ମଧ୍ୟାହ୍ନରେ ତିହିଡ଼ି ବଜାରରେ ଦରିଦ୍ର ନାରାୟଣ ସେବା ଅବସରରେ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରଦାନ କରାଯାଇଥିଲା । ଗଦାଧର ତ୍ରିପାଠୀ, ତାରାକାନ୍ତ ପଣ୍ଡା, ସଞ୍ଜୟ ଜେନା, ପ୍ରିତୀଶ ତ୍ରିପାଠୀ, ପ୍ରବୀର କୁମାର ଧଳ, କାଳନ୍ଦୀ ନାୟକ, ଗୁଲାମ ମୁସ୍ତାଫା, ସୟଦ ଆଜାଦ, ବ୍ରଜକିଶୋର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।