ତାତିଲେ ଗୋବିନ୍ଦପୁର ପଞ୍ଚାୟତର ଜବକାର୍ଡଧାରୀ

325

କଟକ(ଉତ୍କଳ ନିଉଜ)ତିହିଡି, ୦୯.୧୦ ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ଗାଁରଗଣ୍ଡାର ଜବକାର୍ଡଧାରୀମାନେ ପ୍ରଶାସନ ବିରୋଧରେ ତାତିଥିବା ଜଣାଯାଇଛି । ବିରୋଧିଙ୍କ ଅଭିଯୋଗକୁ ତଦନ୍ତ କରି ସପ୍ତାହେ ମଧ୍ୟରେ ବକେୟା ମଜୁରୀ ପ୍ରଦାନ କରାନଗଲେ ଆନ୍ଦୋଳନର ଡାକରା ଦିଆଯାଇଥିବା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜବକାର୍ଡଧାରୀମାନେ ଅତ୍ୟନ୍ତ ଗରିବ ଓ ଦୀନଦୁଃଖି ବର୍ଗର । ଘରର ଚାଷବାସ ସହିତ ମନରେଗା ଯୋଜନାରେ କାମଧନ୍ଦା କରିଥାନ୍ତି । ପଞ୍ଚାୟତ ପକ୍ଷରୁ ବିଭିନ୍ନ ସମୟରେ ଆବଶ୍ୟକତା ସ୍ଥଳରେ ସେମାନଙ୍କୁ କାମ ମିଳିଥାଏ । ଯାହା ଫଳରେ ସେମାନେ ପରିବାର ପୋଷଣରେ ସକ୍ଷମ ହୋଇଥାନ୍ତି । ନିକଟରେ ଶତାଧିକ ଶ୍ରମିକ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ବୃକ୍ଷରୋପଣ, ମାଟିକାମ ଓ ମେଟାଲ ମୋରମ ବିଛାଇବା କାମ କରିଥିଲେ । ଯାହାର ସାମୟିକଭାବେ ମଜୁରୀ ମିଳିଛି । ପୂର୍ଣ୍ଣାଙ୍ଗ ବିଲ ମିଳିବା ସମୟରେ ପଞ୍ଚାୟତର କେତେକ ବିରୋଧି ଗୋଷ୍ଠି ନିଜର ରାଜନୈତିକ ପତିଆରା ଜାହିର କରିବା ତଥା ଜବକାର୍ଡଧାରୀଙ୍କ ବିଲ ପ୍ରଦାନରେ ବିଳମ୍ବ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ନିକଟରେ ମନରେଗା କାର୍ଯ୍ୟରେ ଦୂର୍ନୀତି ହୋଇଥିବା ଅଭିଯୋଗ ଆଗତ କରିଥିବା ସେମାନେ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ତଦନ୍ତ କରି ସପ୍ତାହେ ମଧ୍ୟ ସେମାନଙ୍କ ବକେୟା ବିଲ୍ ପ୍ରଦାନ କରାନଗଲେ ଆନ୍ଦୋଳନତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ସଦାନନ୍ଦ ବଳ, ସନ୍ତୋଷ ବଳ, ଲକ୍ଷ୍ମୀଧର ବଳ, ଗଣେଶ ଚନ୍ଦ୍ର ବଳ, ଗୀତାଞ୍ଜଳୀ ବଳ, ଭାରତୀ ଦାଶ, ଲମ୍ବୋଧର ମହାନ୍ତି, ସୁକାନ୍ତି ମହାନ୍ତି, ଆଶିଶ ମହାପାତ୍ର, ପ୍ରଦ୍ୟୁମ୍ନ ମହାପାତ୍ର, ପ୍ରଦୀପ ମହାପାତ୍ର, ଇତିଶ୍ରୀ ମହାପାତ୍ର, ସଞ୍ଜିକ୍ତା ବାରିକ, ଅରୁଣ ମହାନ୍ତି, ପ୍ରଶନ୍ନ ମାଝୀ, ଦିଲ୍ଲିପ ମହାନ୍ତି ଓ ସରସ୍ୱତୀ ମହାନ୍ତି ପ୍ରମୁଖ ଚେତାବନି ଦେଇଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।