ପ୍ରକାଶ ପାଇଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା

90

କଟକ(ଉତ୍କଳ ନିଉଜ)ତିହିଡି, ୦୮.୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ଭଦ୍ରକ ଜିଲ୍ଲା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ପାଇଁ ନୂତନ ସଂରକ୍ଷଣ ତାଲିକା କେତେକଙ୍କ ନିଦ ହଜେଇ ଦେଇଥିବା ବେଳେ ଆଉ କେତେକ ନୂଆକରି ମୈଦାକୁ ଆସିବା ପ୍ରସ୍ତୁତି ଆରମ୍ଭ କଲେଣି । ତିହିଡି ବ୍ଲକର ଥିବା ୪ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୬ ନମ୍ବର ଜୋନଟି ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୭ ନମ୍ବର ଜୋନ୍ ପଛୁଆ ବର୍ଗ (ମହିଳା), ୮ ନମ୍ବର ଜୋନ୍ ଅନୁସୂଚିତ ଜାତି ଓ ୯ ନମ୍ବର ଜୋନ୍ ପଛୁଆ ବର୍ଗଙ୍କ ସଂରକ୍ଷଣ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀଟି ଅଣସଂରକ୍ଷିତ(ମହିଳା) ହୋଇଥିବା ଜଣାଯାଇଛି । ଏହି ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ଅଚକ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଅଣସଂରକ୍ଷିତ(ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ କାଁପଡା ସରପଞ୍ଚ ଓ ସମିତି ଅଣସଂରକ୍ଷିତ(ମହିଳା), କୁବେରାରେ ସରପଞ୍ଚ ପଛୁଆବର୍ଗ(ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), କୋହ୍ଲ ସରପଞ୍ଚ ପଛୁଆ ବର୍ଗ ଓ ସମିତି ସଭ୍ୟ ଅନୁସୂଚିତ ଜାତି(ମହିଳା), ଗୁଆମାଳ ସରପଞ୍ଚ ଅନୁସୂଚିତ ଜାତି(ମହିଳା) ଓ ସମିତି ସଭ୍ୟା ଅନୁସୂଚିତ ଜାତି, ଗୋବିନ୍ଦପୁର ସରପଞ୍ଚ ଅନୁସୂଚିତ ଜାତି ଓ ସମିତି ସଭ୍ୟ ଅନୁସୂଚିତ ଜାତି(ମହିଳା), ଜାମଯୋଡି ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ତଳଗୋପବିନ୍ଧା ସରପଞ୍ଚ ଅନୁସୂଚିତ ଜାତି(ମହିଳା) ଓ ସମିତି ସଭ୍ୟ ଅନୁସୂଚନିତ ଜାତି, ତାଳପଦା ସରପଞ୍ଚ ଓ ସମିତି ସଭ୍ୟ ଉଭୟ ପଛୁଆବର୍ଗ(ମହିଳା), ଦୋଳସାହି ସରପଞ୍ଚ ଓ ସମିତି ସଭ୍ୟ ଉଭୟ ପଛୁଆ ବର୍ଗ, ଦୌଲତପୁର ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), ନରେନ୍ଦ୍ରପୁର ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ନୟାନନ୍ଦ ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), ପାଳିଆବିନ୍ଧା ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ଫତେପୁର ସରପଞ୍ଚ ଅଣସଂରକ୍ଷିତ ଓ ସମିତି ଅଣସଂରକ୍ଷିତ(ମହିଳା), ବାମନବିନ୍ଧା ସରପଞ୍ଚ ଅନୁସୂଚିତ ଜାତି ଓ ସମିତି ସଭ୍ୟ ଅଣସଂରକ୍ଷିତ, ବାରସର ସରପଞ୍ଚ ଓ ସମିତି ସଭ୍ୟ ପଛୁଆ ବର୍ଗ(ମହିଳା), ବାରୋ ସରପଞ୍ଚ ପଛୁଆବର୍ଗ ଓ ସମିତି ସଭ୍ୟ ଅନୁସୂଚିତ ଜାତି(ମହିଳା), ବାହାବଳପୁର ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି(ମହିଳା), ବିଲଣା ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ପଛୁଆବର୍ଗ, ବୋଡକ ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି, ଭାଟପଡା ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), ମଙ୍ଗଳପୁର ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ମହରମପୁର ସରପଞ୍ଚ ଓ ସମିତି ସଭ୍ୟ ଉଭୟ ଅନୁସୂଚିତ ଜାତି(ମହିଳା), ମୁକୁନ୍ଦପୁର ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି, ରାଜନଗର ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), ଶ୍ୟାମସୁନ୍ଦପୁର ସରପଞ୍ଚ ଓ ସମିତି ସଭ୍ୟ ଅନୁସୂଚିତ ଜାତି(ମହିଳା), ସୟା ସରପଞ୍ଚ ଅଣସଂରକ୍ଷିତ(ମହିଳା) ଓ ସମିତି ସଭ୍ୟ ପଛୁଆବର୍ଗ(ମହିଳା), ସାହାପୁର ସରପଞ୍ଚ ଓ ସମିତି ଉଭୟ ଅଣଂସରକ୍ଷିତ, ସିନ୍ଦୋଳ ସରପଞ୍ଚ ଓ ସମିତି ସଭ୍ୟ ଅଣସଂରକ୍ଷିତ(ମହିଳା), ହରସିଂପୁର ସରପଞ୍ଚ ଓ ସମିତି ସଭ୍ୟ ଅଣସଂରକ୍ଷିତ ହୋଇଥିବା ବିଜ୍ଞପ୍ତିରୁ ଜଣାଯାଇଛି । ଏହା ଉପରେ ଏକ ସପ୍ତାହ ମଧ୍ୟରେ ଯାହା କିଛି ଆପତ୍ତି ଅଭିଯୋଗ ଥାଏ ତେବେ ସେମାନ ପ୍ରଶାସନ ନିକିଟରେ ଦାଖଲ କରି ପାରିବେ ବୋଲି କୁହାଯାଇଛି । ୧୬ ତାରିଖରେ ଏହାର ବିଚାର ବିମର୍ଷ କରାଯିବା ପରେ ୨୬ ତାରିଖରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।