"କରେନାର କାୟା” କବିତା ସଂକଳନ ଲୋକାର୍ପିତ

78

କଟକ(ଉତ୍କଳ ନିଉଜ)ତିହିଡି,୦୬.୧୦: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର ଯୁବ କବି ତଥା ଶିକ୍ଷାବିତ ଅଭୟ କୁମାର ଦାସଙ୍କ ‘କରୋନାର କାୟା’ କବିତା ସଂକଳ ଲୋକାର୍ପିତ ହୋଇ ଯାଇଛି । ଘଣ୍ଟେଶ୍ୱର ମହାବିଦ୍ୟାଳୟ ପରିସରରେ ଓଡ଼ିଆ ସଂସ୍କୃତି ବିଶ୍ୱବିଦ୍ୟାଳୟ ସଦସ୍ୟ ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ଶିଶୁ ସାହିତ୍ୟିକ ପିତାମ୍ବର ମିଶ୍ର, ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଗିରି, ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକ ଅରୁଣ କୁମାର ପଣ୍ଡା, ସ୍ତମ୍ଭକାର ମୁକ୍ତିକାନ୍ତ ନାୟକ, ଅଧ୍ୟାପିକା ସଂଯୁକ୍ତା ଭାରତୀ, ଅଧ୍ୟ।।ପକ ସିଦ୍ଧେଶ୍ୱର ସାହୁ ପ୍ରମୁଖ ଯୋଗଦେଇ କବିତା ସଂକଳନଟିକୁ ଲୋକାର୍ପିତ କରିଥିଲେ । ସମାଜ ଗଠନରେ ସାହିତ୍ୟର ଭୂମିକା ଓ ସାମ୍ପ୍ରତିକ ବିପଥଗାମୀ ସମାଜକୁ ସୁଧାରିବାରେ କବିତା ସଂକଳନ ‘କରୋନାର କାୟା’ କିପରି ମାର୍ଗ ଦର୍ଶକ ହୋଇ ପାରିବ ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ପୁସ୍ତକର ପ୍ରକାଶ ଗାଳ୍ପିକ ସନ୍ତୋଷ ବାରିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ କ୍ଷୀତିଶ ଚନ୍ଦ୍ର ସାହୁ ବେଦ ପାଠ କରିଥିବା ବେଳେ ସଂଜୟ କୁମାର ଦାସ ଅତିଥି ପରିଚୟ, କବି ଅଭୟ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରକାଶକ ଶ୍ରୀ ବାରିକ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କବି ଶ୍ରୀ ଦାସଙ୍କ ଶିକ୍ଷାଗୁରୁ ତଥା ଅପର୍ତ୍ତି ଚରଣ ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ନୃସିଂହ ଚରଣ ମିଶ୍ରଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।