ଶପଥ ପାଠ କଲେ ପିପିଲି ବିଧାୟକ ରୁଦ୍ରପ୍ରତାପ |

112

କଟକ (ଉତ୍କଳ ନ୍ୟୁଜ) ୦୬-୧୦-୨୦୨୧ : ପିପିଲି ବିଧାୟକ ଭାବେ ଶପଥ ପାଠ କଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ | ବିଧାନସଭା ରେ ପିପିଲି ବିଧାୟକ ଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର | ସୂଚନା ଅନୁଯାୟୀ, ପିପିଲି ର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ ଙ୍କ ଦେହାନ୍ତ ପରେ ପିପିଲି ରେ ଉପନିର୍ବାଚନ ହୋଇଥିଲା | ଏଥିରେ ବିଜେଡି ଦଳ ପକ୍ଷରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ମହାରଥୀ ଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନିଜେ ହୋଇଥିଲେ | ରୁଦ୍ର ପ୍ରତାପ ନିଜର ପ୍ରତିଦ୍ୱନ୍ଦୀ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କୁ ୨୦ ହଜାର ତୁ ଅଧିକ ଭୋଟ ବ୍ୟବଧାନ ରେ ପରାସ୍ତ କରିଥିଲେ |