ମାଓବାଦୀ ଆକ୍ରମଣ ରେ ୨ ଯବାନ ଗୁରୁତର |

126

କଟକ (ଉତ୍କଳ ନ୍ୟୁଜ) ୦୧-୧୦-୨୦୨୧: ପୁଣି ସକ୍ରିୟ ହୋଇଉଥିଲେଣି ମାଓବାଦୀ ସଂଗଠନ | ମାଲକାନଗିରି -ଛତିଶଗଡ଼ ସୀମାନ୍ତ ବିଜାପୁର ରେ ଘଟିଛି ହିଂସା କାଣ୍ଡ | ମାଓବାଦୀ ଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଦୁଇ ସିଆରପିଏଫ ଯବାନ ଗୁରୁତର ହୋଇଛନ୍ତି | ଆହତ ଯବାନ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି | ଆହତ ଦୁଇ ଯବାନ ହେଉଛନ୍ତି ବାଲ କିଶନ ଓ ସୋନିଦୁଲ ଇସଲାମ | ତେବେ ଯବାନ ମାନେ ଏହାର ଆଖପାଖ ଅଂଚଳ ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି |