୨୪ ଘଣ୍ଟିଆ ଭାରତ ଭାରତ ବନ୍ଦ ପାଇଁ ଶୋଭାଯାତ୍ରା ଓ ପ୍ରତିବାଦ ସଭା।

105

କଟକ(ଉତ୍କଳ ନୀୟୂଜ୍)ତିହିଡ଼ି, ୨୬.୦୯: କଳା କୃଷି ଆଇନ୍ ଓ କଳା ଶ୍ରମ ଆଇନ୍ ପ୍ରତ୍ୟାହାର ଦାବିରେ ସୋମବାର ସକାଳୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକରେ ଓଡିଶା କୃଷକ ସଭା ପକ୍ଷରୁ ଆଇନ୍‌ଜୀବି ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯିବା ପରେ କଚେରୀ ବଜାରସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ସରକାରଙ୍କ ବିରୋଧି ପ୍ରତିବାଦ ସଭା କରାଯାଇଥିଲା । ତିହିଡି ଜୋନ୍ ପୀରହାଟ ଶାଖା ପକ୍ଷରୁ ସଂଯୁକ୍ତ ମୋର୍ଚ୍ଚାର ଭାରତ ବନ୍ଦ ପାଇଁ ରବିବାର ସଂଧ୍ୟାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଥି ସନ୍ଥଚରଣ ବିଶ୍ୱାଳଙ୍କ ନେତୃତ୍ୱରେ ରବିନ୍ଦ୍ର ବାରିକ, ସନାତନ ଦାସ, ସୀତାକାନ୍ତ ଜେନା, ମୋହନ ଦାସ, ଶରତ ପାଣ୍ଡବ, ବିଚିତ୍ର ବେହେରା, ଚୈତନ୍ୟ ବାରିକ, ସୁରେନ୍ଦ୍ର ନାୟକ, ଶଙ୍କର୍ଷଣ ସେଠୀ, ଚିନ୍ତାମଣି ସାହୁ, ସୁକାନ୍ତ ସେଠୀ, ଗୟାଧର ଦାସ ପ୍ରମୁଖ ସାଥିମାନେ ପୀରହାଟ ପଜାର ପରିକ୍ରମା କରିଥିଲେ । ଅନୁରୂପଭାବେ ତିହିଡିରେ ବିଷ୍ଣୁ ଦାଶଙ୍କ ନେତୃତ୍ୱରେ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା । ସେହିପରି ଚାନ୍ଦବାଲିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବ୍ଲକ ସଂଯୋଯକ ବିକାଶ ନାଥ, ସଂଯୁକ୍ତ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା କିଣୁରାମ ଯେନା,ଶ୍ରମିକ ନେତା ମଳୟ ଭୋଇ, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା, ଗୌରାଙ୍ଗ ଯେନା, ରମାକାନ୍ତ ଦାସ, ଜୟୀରାମ ଦାସ, କାହ୍ନୁ କିଶୋର ସାହୁ, କାର୍ତ୍ତିକ ଖିଲାର, କାଳନ୍ଦୀ ଜ୍ୟୋତି, ଶଙ୍କର୍ଷଣ ବିଶ୍ୱାଳ, ଘନଶ୍ୟାମ ଦାସ, ଅଶୋକ ବେହେରା,ଭୀମ ଦାସ, ଯୁବ କଂଗ୍ରେସ ନେତା ସୁବାସ ନାୟକ ପ୍ରମୁଖ ଏହି ଭାରତ ବନ୍ଦକୁ ସଫଳ କରିବା ଲାଗି ପିକେଟିଂ, ପ୍ରତିବାଦ ସଭା କରିବା ପରେ ଆଜି ଶୋଭାଯାତ୍ରା କରିଥିଲେ । ସୂଚନା ମୁତାବକ, ଚାଷୀ ବିରୋଧୀ ୩ ଟି କଳା କୃଷି ଆଇନ୍ ୨୦୨୦କୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋଡ ବାତିଲ କରିବା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍‌ରେ ବର୍ଷକୁ ୨ ଶହ ଦିନର କାମ ଯୋଗାଇ ଦେବା ସହିତ ଦୈନିକ ୬ ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ଶିକ୍ଷାର କେନ୍ଦ୍ରୀକରଣ, ଘରୋଇକରଣ ଓ ସାଂପ୍ରଦାୟିକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କରିବା ଆଦି ଦାବୀ ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୨୪ ଘଣ୍ଟିିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ବାମପନ୍ଥୀ ଦଳ ଯଥା ସିପିଆଇଏମ, ସିପିଆଇ, ସିପିଆଇ(ଏମଏଲ୍ ), ସିପିଆଇ ( ଲିବରେସନ), ସର୍ବଭାରତୀୟ ଫରୱାର୍ଡ ବ୍ଲକ ସମେତ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରୁଥିବା ଜଣାଯାଇଛି । ଏଥିସହ ଅଖିଳ ଭାରତ କୃଷକ ସଭା, ସିଆଇଟିୟୁ, ଆଇଏନଟିୟୁସି, ଭାରତର ଛାତ୍ର ଫେଡେରେସନ,ଛାତ୍ର କଂଗ୍ରେସ, ଭାରତର ଯୁବ ଫେଡେରେସନ, ଯୁବ କଂଗ୍ରେସ ସମେତ ଭାରତର ଶତାଧିକ ଗଣସଂଗଠନ ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସମର୍ଥନ କରୁଥିବା ମଧ୍ୟ ଜଣାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ୍।