ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶ୍ରଦ୍ଧାଞ୍ଜଳି।

263

କଟକ (ଉତ୍କଳ ନିଉଜ)ତିହିଡ଼ି, ୨୬.୦୯: ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରବିବାର ଅପରାହ୍ନରେ ସ୍ଥାନୀୟ ଟାଉନ ହଲ ପରିସରରେ ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାପ ଟିମ୍‌ର ସାହସୀ ସିପାହୀ ସୀତାରାମ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେଶବ ବେହେରାଙ୍କ ସଂଯୋଜନା ଓ ବିଜେପିର ବରିଷ୍ଠ ନେତା ରଘୁନାଥ ପାତ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଯୁବନେତା ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ନେତା ଦୁର୍ଗା ଚରଣ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ପ୍ରମୋଦ ଦାସ, ପ୍ରତାପ ଜେନା, ସାଇଶରଣ ବେହେରା, ପ୍ରଦୀପ ବଳ, ଅଜୟ ମହାପାତ୍ର, ମନୋଜ ପାଣିଗ୍ରାହୀ, ଦେବବ୍ରତ ପାଢ଼ୀ, ଶୁଶାନ୍ତ କୁମାର ସେଠୀ ଓ ରାଜକିଶୋର ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଶା ଜଣେ ଦୁଃସାହସୀକ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ହରାଇଥିବା ବେଳେ ଅରିନ୍ଦମଙ୍କ ଅକାଳ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ସାହସୀକିତା ଓ ଦକ୍ଷତା ସମ୍ପନ୍ନ ଜଣେ ଓଡ୍ରାପର ସିପାହୀ ତାଙ୍କ କର୍ମ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ପ୍ରାରମ୍ଭରେ ଏହି ଦୁଇ ଦିବଂଗତଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।